ଜ୍ଞାନବ୍ୟାପୀ: ହିନ୍ଦୁ ପକ୍ଷଙ୍କୁ ମିଳିଲା ପୂଜା କରିବାର ଅଧିକାର, ୭ ଦିନରେ ବ୍ୟବସ୍ଥା କରିବାକୁ କୋର୍ଟଙ୍କ ଆଦେଶ

ବାରାଣସୀର ଜିଲ୍ଲା କୋର୍ଟ ହିନ୍ଦୁ ପକ୍ଷଙ୍କ ଅଧିକାରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜ୍ଞାନବ୍ୟାପୀର ବ୍ୟାସ ବେସ୍‌ମେଣ୍ଟରେ ହିନ୍ଦୁ ପକ୍ଷଙ୍କୁ ମିଳିଛି ପୂଜା କରିବାର ଅଧିକାର । ଏହାସହିତ ଜିଲ୍ଲା ପ୍ରଶାସନକୁ ବ୍ୟାରିକେଡିଙ୍ଗ୍‌ରେ ୭ ଦିନ ଭିତରେ ବ୍ୟବସ୍ଥା କରିବାକୁ କୋର୍ଟ ଆଦେଶ ଜାରି କରିଛନ୍ତି ।

ଏହି ବ୍ୟାସ ବେସ୍‌ମେଣ୍ଟ ମସ୍‌ଜିଦ ତଳେ ରହିଛି । ଏବେ ଏଠାରେ ନିୟମିତ ରୂପେ ପୂଜାର୍ଚ୍ଚନା ହେବ । କାଶୀ ବିଶ୍ୱନାଥ ଟ୍ରଷ୍ଟ୍‍ ବୋର୍ଡ ତରଫରୁ ପୂଜାର୍ଚ୍ଚନା କରାଯିବ । ଏହାକୁ ବଡ଼ ବିଜୟ ବୋଲି କହିଛନ୍ତି ହିନ୍ଦୁ ପକ୍ଷ ଏବଂ ୩୦ ବର୍ଷ ପରେ ସେମାନଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି । ୧୯୯୩ ନଭେମ୍ବର ପର୍ଯ୍ୟନ୍ତ ଏଠାରେ ପୂଜାପାଠ ହେଉଥିଲା ।

କହି ରଖୁଛୁ, ବାରାଣସୀର ଜ୍ଞାନବ୍ୟାପୀ ପରିସରସ୍ଥ ବ୍ୟାସ ବେସ୍‌ମେଣ୍ଟରେ ପୂଜା କରିବାର ଅଧିକାର ଦାବିରେ ଏକ ପିଟିସନ ଦାଖଲ କରାଯାଇଥିଲା । ଶୈଳେନ୍ଦ୍ର କୁମାର ପାଠକଙ୍କ ପିଟିସନ ଉପରେ ଗତକାଲି ଶୁଣାଣି କରି ଜିଲ୍ଲା ଜଜ୍‌ ଆଦେଶ ସଂରକ୍ଷିତ ରଖିଥିଲେ । ଆଜି ଏହା ଉପରେ ନିଷ୍ପତ୍ତି ଆସିଛି ।

ଏହି ମାମଲାରେ ହିନ୍ଦୁ ପକ୍ଷଙ୍କ ଦାବି ଥିଲା ଯେ ୧୯୯୩ ନଭେମ୍ବର ପୂର୍ବରୁ ତତ୍କାଳୀନ ରାଜ୍ୟ ସରକାର ବ୍ୟାସ ବେସମେଣ୍ଟରେ ପୂଜାପାଠ ବନ୍ଦ କରିଦେଇଥିଲେ, ଯାହାକୁ ପୁଣିଥରେ ଆରମ୍ଭ କରିବାର ଅଧିକାର ଦିଆଯାଉ । ସେପଟେ ମୁସଲିମ ପକ୍ଷ ପ୍ଲେସେସ୍‌ ଅଫ୍‌ ଓ୍ଵର୍‌ଶିପ୍‌ ଆକ୍ଟ ଦର୍ଶାଇ ଏହି ଆବେଦନକୁ ଖାରଜ କରିବାକୁ ଦାବି କରିଥିଲେ । କିନ୍ତୁ କୋର୍ଟ ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରି ହିନ୍ଦୁ ପକ୍ଷଙ୍କୁ ବ୍ୟାସ ବେସମେଣ୍ଟରେ ପୂଜା କରିବାର ଅଧିକାର ଦେଇଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.