Below header

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ୫ମ ସମନ ଜାରି କଲା ED

ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପୁଣିଥରେ ସମନ ଜାରି କରିଛି । ଏହା ହେଉଛି ଇଡିର ପଞ୍ଚମ ସମନ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପୁଣିଥରେ ସମନ ଜାରି କରିଛି । ଏହା ହେଉଛି ଇଡିର ପଞ୍ଚମ ସମନ । ଏହାପୂର୍ବରୁ ୪ଟି ସମନରେ ସିଏମ କେଜ୍ରିୱାଲ ଏଜେନ୍ସି ନିକଟରେ ହାଜର ହୋଇ ନ ଥିଲେ ଏବଂ ଏହା ରାଜନୈତିକ ଷଡଯନ୍ତ୍ର ବୋଲି ସେ ଅଭିଯୋଗ ଲଗାଇଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆମ୍ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ତଥା ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ମାମଲାରେ ଚାଲିଥିବା ତଦନ୍ତରେ ସାମିଲ ହେବା ପାଇଁ ଫେବୃୟାରୀ ୨ରେ ହାଜର ହେବାକୁ କହିଛି ।

ଦିଲ୍ଲୀର ପୂର୍ବତନ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିବା ବେଳେ ଇଡି ଲଗାତାର ଭାବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ ପଠାଉଛି । କିନ୍ତୁ ସେ ପ୍ରତ୍ୟେକ ଥର ଏହାକୁ ଟାଳି ଦେଉଛନ୍ତି ।

କହି ରଖୁଛୁ, ନିକଟରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ଲୋକମାନଙ୍କ ମତାମତ ନେବା ପାଇଁ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲା । ଏଥିରେ ପଚରାଯାଇଥିଲା ଯେ ଯଦି କେଜ୍ରିୱାଲଙ୍କୁ ଜେଲ୍‌ ହୁଏ, ତେବେ ସେ ଇସ୍ତଫା ଦେବା ଉଚିତ୍‌ ନା ଜେଲ୍‌ରୁ ସରକାର ଚଳାଇବା ଉଚିତ୍‌ ।

ସୂଚନାଯୋଗ୍ୟ, ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପ୍ରଥମ ସମନ ୨୦୨୩ ନଭେମ୍ବର ୩ରେ ପଠାଯାଇଥିଲା । ହେଲେ ସେ ଏହାକୁ ବେଆଇନ ବୋଲି କହି ହାଜର ହୋଇ ନ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.