ହାଇଟେକ୍ ଚୋର : ଦିନ ଦ୍ୱିପହରରେ ବ୍ୟାଙ୍କ ସାମ୍ନାରୁ କଲା ଲୁଟ୍

ସମ୍ବଲପୁର : ଅଭିନବ ଉପାୟରେ ଦିନ ଦ୍ୱିପହରରେ ୧୦ ଟଙ୍କିଆ ପକାଇ ବ୍ୟାଙ୍କ ସାମ୍ନାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା। ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ସାମ୍ନାରୁ ଲୁଟ୍ ହୋଇଛି। ଶିବ ପ୍ରସାଦ ଭୋଇ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବାବେଳେ ଲୁଟ୍ ହୋଇଥିଲା। ୨ ଜଣ ଯୁବକ ତାଙ୍କ ପାଖକୁ ଆସି ଟଙ୍କା ପଡିଯାଇଥିବା କହିଥିଲେ। ଶିବପ୍ରସାଦ ପଛକୁ ଫେରି ଚାହିଁବାବେଳେ ୨ଜଣ ଦୁର୍ବୃତ୍ତ ସାଢ଼େ ୩ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେଇଥିଲେ। ଏନେଇ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ବ୍ୟାଙ୍କର CCTV ଦେଖି ତଦନ୍ତ କରୁଛି।

Leave A Reply

Your email address will not be published.