Below header

କୋରାପୁଟରେ ଶୀତର ଆଗମନ ସହ ଅନୁଷ୍ଠିତ ହୋଇଛି ତୃତୀୟ କାର୍ଣ୍ଣିଭାଲ

କୋରାପୁଟରେ ଶୀତର ଆଗମନ ସହ ଆରମ୍ଭ ହୋଇଛି ଆନନ୍ଦ ଉତ୍ସବ । ଅନୁଷ୍ଠିତ ହୋଇଛି ତୃତୀୟ କାର୍ଣ୍ଣିଭାଲ । ଏହାକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ମଧୁସୂଦନ ପାଢୀ । ଅପରାହ୍ଣରେ କନିଷ୍ଠ ମହାବିଦ୍ୟାଳୟ ଛକରୁ ଆରମ୍ଭ ହୋଇଥିବା ପ୍ରଜ୍ଞାପନ ମେଢ କାର୍ଣ୍ଣିଭାଲ ପଡ଼ିଆରେ ପହଞ୍ଚିଥିଲା । ଆନନ୍ଦ ଉତ୍ସବରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀ, କୋରାପୁଟ କଫି ପ୍ରଦର୍ଶନୀ, ଖାଦ୍ୟ ସାମଗ୍ରୀ ଷ୍ଟଲ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନୀ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ବିଶେଷ କରି ଲୋକଙ୍କୁ ସଚେତନ କରିବାକୁ ଦେଶିଆ ଭାଷାର ଗୀତ ମାଧ୍ୟମରେ କଣ୍ଢେଇ ନାଚ ଲୋକଙ୍କୁ ବେସ୍‌ ଆକୃଷ୍ଟ କରିଥିଲା । ଶେଷରେ କୃତ୍ତି ପ୍ରତିଯୋଗୀ ଓ ସାଂସ୍କୃତିକ ଦଳ ଗୁଡ଼ିକୁ ସମ୍ମାନିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.