ପୁରୀରେ ତୃତୀୟ ଦିନରେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି, ଭକ୍ତଙ୍କ ସୁବିଧା ପାଇଁ ବଡଦାଣ୍ଡରେ ୫୦୦ ମିଟର ପର୍ଯ୍ୟନ୍ତ ବିଛାଯାଇଛି ରେଡ୍‌ କାର୍ପେଟ

ପୁରୀ(କେନ୍ୟୁଜ୍): ପୁରୀରେ ତୃତୀୟ ଦିନରେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାକିଥିବା ଅବଶିଷ୍ଟ ନିର୍ମାଣ ଭଙ୍ଗାଯାଉଛି। ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ସରକାରୀ, ବେସରକାରୀ କୋଠା ଉଛେଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଗତକାଲି ଦକ୍ଷିଣ ଦ୍ୱାର, ପଶ୍ଚିମ ଦ୍ୱାର ଓ ସିଂହଦ୍ୱାର ପାର୍ଶ୍ୱରୁ ଉଚ୍ଛେଦ କରାଯାଇଥିଲା। ମଠ ଓ ମନ୍ଦିରକୁ ବାଦ ଦେଲେ ମାଟିରେ ମିଶିଛି ସିଂହଦ୍ୱାର ସୂଚନା କେନ୍ଦ୍ର, ଫାଣ୍ଡି, ଶୌଚାଳୟ, କ୍ଲୋକରୁମ୍‌, ପମ୍ପ ହାଉସ୍‌ ଭଳି ସମସ୍ତ ଜବରଦଖଲ। ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୮ଟି ଜେସିବି, ହାଇଡ୍ରା ମେସିନ ଓ ଶତାଧିକ ଶ୍ରମିକଙ୍କ ସହାୟତାରେ ଉଚ୍ଛେଦ ଅଭିଯାନ ଚାଲିଛି। ସମ୍ପୂର୍ଣ୍ଣ ଉଚ୍ଛେଦ ସରିବା ପରେ ମେଘନାଦ ପାଚେରୀ ଐତିହ୍ୟର ସୁରକ୍ଷା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସବୁଜ ବନାନୀ ସୃଷ୍ଟି କରାଯିବ। ସେପଟେ ଭକ୍ତଙ୍କ ସୁବିଧା ପାଇଁ ପୁରୀ ବଡଦାଣ୍ଡରେ ୫୦୦ ମିଟର ପର୍ଯ୍ୟନ୍ତ ରେଡ୍‌ କାର୍ପେଟ ବିଛାଯାଇଛି। ଫଳରେ ଭକ୍ତମାନେ ଚାଲିବାବେଳେ ପାଦକୁ କଷ୍ଟ ହେବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.