ସୁଶାନ୍ତ ଛନ୍ଦଙ୍କ ଦେଶୀ ଯୁଗାଡ: କୂଅ ଭିତରୁ ସହଜରେ କାଢୁଛି ମାଟି,ପଙ୍କ ଓ ପାଣି

କଣ୍ଟାମାଳ(କେନ୍ୟୁଜ): ଯୁଗ ବଦଳିଛି ବଦଳିଛି ଲୋକଙ୍କ ମାନସିକତା।  ଆଧୁନିକତାର ଛାପରେ ମଣିଷ ବି ସବୁ କାର୍ଯ୍ୟରେ ଆଧୁନିକ ପଦ୍ଦତିକୁ ଆପଣାଉଛି । ଖାସ୍ କରି ଯନ୍ତ୍ରପାତିର ବ୍ୟବହାର। ପ୍ରତ୍ୟେକ କାମକୁ ସହଜ ଓ ଶିଘ୍ର କରିବାକୁ ମଣିଷ ସବୁ କାମରେ ଏବେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବାକୁ ଟିକେ ବି ପଛ ଘୁଞ୍ଚା ଦେଉନାହିଁ । କିନ୍ତୁ ଆଜିବି ଗାଁ ଗହଳିରେ ଏଭଳି ଦେଶୀ ଯୁଗାଡ ଦେଖିବାକୁ ମିଳୁଛି ଯେଉଁଠି ଆଧୁନିକ ଯନ୍ତ୍ରପାତି ବି ଫେଲ ମାରିଯିବ । ସହଜ,ଶିଘ୍ର ଏବଂ କମ ଖର୍ଚ୍ଚରେ କାମ କରିବାକୁ ଆଜିବି ଗାଁ ଗହଳିରେ ଦେଶୀ ଯୁଗାଡ ଆପଣାଉଛନ୍ତି ଲୋକେ ।

ଏଇ ଯେମିତି  କୂଅ ଭିତରୁ ମାଟି,ପଙ୍କ ଓ ପାଣି ସହଜରେ କାଢିବାକୁ ବ୍ୟବହାର ହୋଇଛି ଏହି ଦେଶି ଯୁଗାଡ ଯନ୍ତ୍ରର । ସ୍ୱଳ୍ପ ଖର୍ଚ୍ଚରେ ଘରେ ଥିବା ଗୋଟିଏ ଶଗଡ ଗାଡିର ଚକ, ଗୋଟିଏ ଦଣ୍ଡ,ଅଖ,କଂଠି,୨ଟି ଦଉଡି,ଗୋଟିଏ ଡଲା ଏବଂ ଗୋଟିଏ ଟିଣର ବ୍ୟବହାର କରି ତିଆରି ହୋଇଛି ଏହି ଯନ୍ତ୍ର । ଏହାକୁ ଥରେ ବୁଲାଇଲେ ଏହା କୂଅ ଭିତରର ମାଟି ବା ପଙ୍କକୁ ଡଲା ସାହାର୍ଯ୍ୟରେ କୂଅ ଭିତରୁ ଉପରକୁ ଆଣୁଥିବାବେଳେ ଅନ୍ୟପଟେ ବାହାରେ ଥିବା ଟିଣଟି ଭିତରକୁ ଯାଉଛି ।

kua

ସେହିଭଳି ଆଉଥରେ ଘୁରାଇଲେ ବାହାରେ ଥିବା ଖାଲି ଡଲାଟି କୂଅ ଭିତରକୁ ଯାଉଥିବାବେଳେ ଭିତରେ ଥିବା ଟିଣରେ ପାଣି ବାହାରକୁ ଆସୁଛି । ବୌଦ୍ଧ ଜିଲ୍ଲା ଶଗଡା ପଂଚାୟତର କନପା ଗାଁର ସୁଶାନ୍ତ ଛନ୍ଦ ଏହି କୌଶଳ ବ୍ୟବହାର କରି ଅଭିନବ ଉପାୟରେ ଏହାକୁ ତିଆରି କରିଛନ୍ତି। ଏକ କୂଅର ପଙ୍କ ଉଦ୍ଧାର ସମୟରେ ଏହି ଦେଶୀ ଯୁଗାଡର ବ୍ୟବହାର ଦେଖିବାକୁ ମିଳିଛି । ଏହା ଦେଖିବାକୁ ଅଦ୍ଭୁତ ଲାଗୁଥିଲେ ବି ଏହା ଅତି ଉପକାରୀ । ତେଣୁ ଏଭଳି ଦେଶୀ ଯୁଗାଡ ତିଆରି କରିଥିବା ବ୍ୟକ୍ତିଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ ନିହାତୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.