ବିଭିନ୍ନ ସମସ୍ୟା ଘେରରେ ଏହି ଗାଁ, ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା
ଆମ ଦେଶ ଭାରତ ଏକ ବିକାଶ ଶିଳ ରାଷ୍ଟ୍ର ହୋଇଥିଲେ ମଧ୍ଯ ଏବେବି କିଛି ସ୍ଥାନରେ ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଲୋକେ। ଖାଲି ସେତିକି ନୁହେଁ ସମ୍ବିଧାନ ଦେଇଥିବା ଅଧିକାରରୁ ମଧ୍ୟ ବଞ୍ଚିତ ହୋଇରହିଛନ୍ତି । ଏମିତି ଏକ ଗାଁ ରହିଛି ରେଢାଖୋଲ ବ୍ଲକ୍ କଦଳୀଗଡ ଗ୍ରାମ ପଞ୍ଚାୟତର ୯ନଂ ଓ୍ୱାର୍ଡର ମାଟୁପଥର ଗାଁ।
ରେଢାଖୋଲ(କେନ୍ୟୁଜ): କୁହାଯାଏ ଗାଁର ବିକାଶରୁ ହିଁ ଦେଶର ବିକାଶ ସମ୍ଭବ ହୋଇଥାଏ । ତେବେ ଆମ ଦେଶ ଭାରତ ଏକ ବିକାଶ ଶିଳ ରାଷ୍ଟ୍ର ହୋଇଥିଲେ ମଧ୍ଯ ଏବେବି କିଛି ସ୍ଥାନରେ ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଲୋକେ। ଖାଲି ସେତିକି ନୁହେଁ ସମ୍ବିଧାନ ଦେଇଥିବା ଅଧିକାରରୁ ମଧ୍ୟ ବଞ୍ଚିତ ହୋଇରହିଛନ୍ତି । ଏମିତି ଏକ ଗାଁ ରହିଛି ରେଢାଖୋଲ ବ୍ଲକ୍ କଦଳୀଗଡ ଗ୍ରାମ ପଞ୍ଚାୟତର ୯ନଂ ଓ୍ୱାର୍ଡରେ।
ଗାଁଟିର ନା ମାଟୁପଥର। ପାଖାପାଖି ୭୦ବର୍ଷ ହେବ ବଣ ପାହାଡର ଘେରା ଭିତରେ ଅବସ୍ଥିତ ଏହି ଗ୍ରାମରେ ବାସକରନ୍ତି ୭ଟି ଆଦିବାସୀ ସଂପ୍ରଦାୟର ପରିବାର। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଯୋଜନାରେ ଠିକ ଭାବରେ ଏଠାରେ ପହଁଚିପାରିନି। ଯାହା ଫଳରେ ଉପଯୁକ୍ତ ସୁବିଧା ପାଇପାରି ନାହାଁନ୍ତି ଏହି ଗ୍ରାମବାସୀ। ନା ଅଛି ରାସ୍ତା, ନା ଅଛି ପାଠ ପଢିବାର ବ୍ୟବସ୍ଥା, ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା। ଗାଁରେ କିଛି ବର୍ଷ ପୂର୍ବରୁ ଏକ ନଳ କୂପ ହୋଇଥିଲା ସେ ପୁଣି ଏବେ ଅଚଳ ହୋଇପଡିରହିଛି। ସରକାରଙ୍କ ପକ୍ଷ ରୁ ୨୦୧୬ ମସିହାରୁ ଏକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ହୋଇଛି ସେ ବି ପୁଣି ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ହେବ ଅଚଳ ହୋଇ ପଡିରହିଛି। ବାଧ୍ୟ ହୋଇ ଗ୍ରାମର ଲୋକେ ପାଖରେ ଥିବା ଏକ ନାଳରୁ ଚୁଆ ଖୋଳି ବିଶୁଦ୍ଧ ପାଣି ପିଉଛନ୍ତି ଯାହା ଫଳରେ ବିଭିନ୍ନ ସମୟରେ ରୋଗ କ୍ରାନ୍ତ ହେଇଥିବା କହିଛନ୍ତି ଗ୍ରାମର ଲୋକ ମାନେ।
ଏପଟେ ଗ୍ରାମରେ ସ୍କୁଲ କି ଅଙ୍ଗନଓ୍ୱାଡି ଟିଏ ବି ନାହି । ସେଥିପାଇଁ କୋମଳମତି ଶିଶୁ ମାନେ ପାଠ ପଢିବାରୁ ବଞ୍ଚିତ। ସରକାରଙ୍କ ବାସଗୃହ ଯୋଜନାରେ ଗୋଟିଏ ପରିବାର ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବାସଗୃହ ନପାଇବା ଅତ୍ୟନ୍ତ ଦୁଃଖର ବିଷୟ। ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ କାହିଁକି ପ୍ରଶାସନର ନଜର ଆଜି ପର୍ଯ୍ୟନ୍ତ ଠିକ ଭାବରେ ପଡିନାହିଁ, ତାହା ବୁଝା ପଡୁନାହିଁ। ପ୍ରସୂତୀ ମହିଳାଙ୍କୁ ଡାକ୍ତରଖାନାକୁ ନେବା ସମୟରେ ମଧ୍ୟ ଅନେକ ସମସ୍ୟା ଦେଖା ଦେଉଥିବା ଗ୍ରାମବାସୀ କହିଛନ୍ତି। ଏବିଷୟରେ ଆମେ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଦ୍ରୁଷ୍ଟି ଆକର୍ଷଣ କରିଥିଲୁ । ଉପଜିଲ୍ଲାଳ କହିଛନ୍ତି ଯଥା ଶୀଘ୍ର ରାସ୍ତା ତିଆରି ହେବା ସହିତ ପାନୀୟ ଜଳର ବ୍ୟବସ୍ଥା କରାଯିବ । ତେବେ ଦେଖାଯାଉ ଏମାନଙ୍କ ଜୀବନ ଶୈଳୀ କେବେ ବଦଳୁଛି। ଏପଟେ ସତ କହିବାକୁ ଗଲେ ଏମାନଙ୍କ ସମୟ ବଦଳିବ କେବଳ ସରକାର ଚାହିଁଲେ ।