Below header

ଚଳିତ ବର୍ଷ ପଦ୍ମଶ୍ରୀ ହଳଧର ନାଗଙ୍କୁ ପ୍ରଦାନ କରାଯିବ କାଦମ୍ବିନୀ ସମ୍ମାନ-୨୦୨୩

ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଚତୁର୍ବିଂଶ ଏବଂ ଶିଶୁ -କିଶୋର ପତ୍ରିକା କୁନିକଥାର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ଆସନ୍ତା ଜୁଲାଇ ୨ ତାରିଖରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଦାନ କରାଯିବାକୁ ଥିବା ମର୍ଯ୍ୟାଦାଜନକ କାଦମ୍ବିନୀ ସମ୍ମାନ ସମେତ କାଦମ୍ବିନୀର ବିଭିନ୍ନ ବିଭାଗର ପୁରସ୍କାର ଘୋଷଣା କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ପଦ୍ମଶ୍ରୀ ହଳଧର ନାଗଙ୍କୁ ପ୍ରଦାନ କରାଯିବ କାଦମ୍ବିନୀ ସମ୍ମାନ-୨୦୨୩, ଅରବିନ୍ଦ ରାୟଙ୍କୁ କାଦମ୍ବିନୀ ଗଳ୍ପ ପୁରସ୍କାର,ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ କାଦମ୍ବିନୀ କବିତା ପୁରସ୍କାର ପ୍ରଦାନ କରାଯିବ। ସେହିପରି ସ୍ୱରାଜ ବାରିକ ଓ ସନ୍‌ଲିସା ପଟେଲଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ପୁରସ୍କାର, ବିନ୍ଧ୍ୟବାସିନୀ ଜେନାଙ୍କୁ କାଦମ୍ବିନୀ ଆମ ରୋଷେଇ ପୁରସ୍କାର ପ୍ରଦାନ କରାଯିବ । ଇନ୍ଦୁମତି ରାୟ ଓ ମେଜର ଡ. ସୁମିତ୍ରା ମିଶ୍ରଙ୍କୁ କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା – ୨୦୨୩ ପ୍ରଦାନ କରାଯିବ।  ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଚତୁର୍ବିଂଶ ଏବଂ ଶିଶୁ -କିଶୋର ପତ୍ରିକା କୁନିକଥାର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ଆସନ୍ତା ଜୁଲାଇ ୨ ତାରିଖରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଦାନ କରାଯିବାକୁ ଥିବା ମର୍ଯ୍ୟାଦାଜନକ କାଦମ୍ବିନୀ ସମ୍ମାନ ସମେତ କାଦମ୍ବିନୀର ବିଭିନ୍ନ ବିଭାଗର ପୁରସ୍କାର ଘୋଷଣା କରାଯାଇଛି।

ସ୍ୱନକ୍ଷେତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଆ ରାଜ୍ୟପାଳ ଶ୍ରୀଯୁକ୍ତ ପି ଏସ୍‌ ଶ୍ରୀଧରନ ପିଲାଇ ଏବଂ ସମ୍ମାନିତ ଅତିଥି ଭାବେ ଭୋପାଳସ୍ଥିତ ରବୀନ୍ଦ୍ରନାଥ ଟାଗୋର ବିଶ୍ୱବିଦ୍ୟାଳୟ ଏବଂ ଛତିଶଡ଼ସ୍ଥିତ ଡ. ସିଭିରମଣ ବିଶ୍ୱବିଦ୍ୟାଳୟର କୁଳପତି ଡ. ସନ୍ତୋଷ ଚୌବେ ଯୋଗ ଦେବେ। ଏହି ଅବସରରେ କାଦମ୍ବିନୀ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ଡ. ଇତି ସାମନ୍ତଙ୍କ ରଚିତ ମନ୍ମୟ-ପ୍ରବନ୍ଧ ସଂକଳନ ମହୀୟସୀ, ଗରୀୟସୀ : ଭାରତୀୟ ନାରୀପ୍ରତିମା , ପ୍ରବନ୍ଧ ସଂକଳନ ବାମା ପ୍ରସଙ୍ଗ ଓ ଅନ୍ୟାନ୍ୟ ଲଘୁକଥା ସଂକଳନ କଥାସ୍ରୋତର ଶୁଭ ଉନ୍ମୋଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.