ଚାଷୀଙ୍କ ପାଇଁ ଖୁସି ଖବର, ମୌସୁମୀ ଆସିବ ଠିକ ସମୟରେ ଓ ସାରାଦେଶରେ ହେବ ସ୍ୱାଭାବିକ ବୃଷ୍ଟିପାତ

କେନ୍ୟୁଜ୍(ବ୍ୟୁରୋ):  ଏଥର ମୌସୁମୀ ଠିକ ସମୟରେ ଆସିବ । ସାରାଦେଶରେ ସ୍ୱାଭାବିକ ବୃଷ୍ଟିପାତ ହେବ । ଭାରତୀୟ ପାଣିପାଗ ବିଭାଗ ବା IMD ପୂର୍ବାନୁମାନ କରିଛି । ମହାମାରୀ କରୋନା ବେଳେ ଚାଷୀ ଓ କୃଷି କ୍ଷେତ୍ର ପାଇଁ ଏହା ଆଶ୍ୱସ୍ତି ଆଣିଛି । ଜୁନ ୧ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲଙ୍ଗ ପିରିୟଡ ଏଭେରେଜ ବା LPA ୯୮% ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଏହି ମଡେଲରେ ୫% ଅଧିକ କିମ୍ବା କମ୍‌ ହୋଇପାରେ । ଏହି ଆକଳନ ସଠିକ୍‌ ହେଲେ, ଦେଶରେ ଭଲ ଫସଲ ହେବ । ଆକଳନ ଅନୁଯାୟୀ କ୍ରମାଗତ ୩ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି । କେବଳ କୃଷି କ୍ଷେତ୍ର ନୁହେଁ, ଏହା ସହ ଜଡ଼ିତ ଥିବା କ୍ଷେତ୍ରଗୁଡ଼ିକ ପାଇଁ ମଧ୍ୟ ଭଲ ଖବର । ଗତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.