ଚଳିତ ବର୍ଷ ଦୀପାବଳି ଦିନ ପଡୁଛି ସୂର୍ଯ୍ୟୋପରାଗ, ଠାକୁରଙ୍କ ପୂଜାର୍ଚ୍ଚନା ଓ ଦେବନୀତି ବନ୍ଦ

କଟକ(କେନ୍ୟୁଜ୍): ଦୀପ ବେପାରକୁ ଗ୍ରାସିବ ରାହୁ। ଚଳିତ ବର୍ଷ ଦୀପାବଳି ଦିନ ପଡୁଛି ସୂର୍ଯ୍ୟୋପରାଗ। ତେଣୁ ପରମ୍ପରା ଅନୁସାରେ ସେହି ଦିନ ଠାକୁର ପୂଜାର୍ଚ୍ଚନା ଓ ଦେବନୀତି ବନ୍ଦ ରହିବ। ଏପରିକି ଦୀପାବଳି ପାଳନ ବି ବନ୍ଦ ରହିବ।

ତେଣୁ ଏବେ ଚିନ୍ତାରେ ପଡିଛନ୍ତି ଦୀପ ତିଆରି କରୁଥିବା କାରିଗର ଓ ବ୍ୟବସାୟୀ। ଦୁଇ ବର୍ଷ ହେଲା ମହାମାରୀ କରୋନା ବେପାର ବୁଡ଼ାଇଥିଲା। ଏ ବର୍ଷ ଭଲ ବେପାର ଆଶା ଥିଲା। କିନ୍ତୁ ସୂର୍ଯୋପରାଗ ସବୁ ସାରିଦେଲା। ଗ୍ରହଣ ସ୍ପର୍ଶ ହେବ ୨୪ ତାରିଖ ରାତି ୨ଟା ୨୮ ମିନିଟରୁ ଆରମ୍ଭ ହୋଇ ଗ୍ରହଣ ମୋକ୍ଷ ୨୫ ତାରିଖ ସନ୍ଧ୍ୟା ୬ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ରହିଛି।

ସେଥିପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ହୋଇଛି ନିଷ୍ପତ୍ତି। ୨୪ ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳିପୂଜା ଓ ବଡବଡୁଆ ଡାକ ହେବ। ରାତି ୧୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ସହ ସାଢ଼ ୨ଟାରୁ ୩ଟା ଭିତରେ ସକାଳଧୂପ, ଭୋର୍ ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ।

ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ  ଓ ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ଚାଲିବାକୁ ଛତିଶାନିଯୋଗରେ ନିଷ୍ପତ୍ତି ହୋଇଛି। ମୋଟ୍ ୧୬ମିନିଟ ୨୬ସେକେଣ୍ଡ ପାଇଁ ପୁରୀକୁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉଛି। ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ୨୫ତାରିଖ ଭୋର୍ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.