ଚଳିତ ବର୍ଷ ରାଜ୍ୟରେ ୭୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ: ପଞ୍ଜୀକୃତ ଚାଷୀଙ୍କଠାରୁ ହିଁ ଧାନ ସଂଗ୍ରହ କରାଯିବ

କେନ୍ୟୁଜ୍(ବ୍ୟୁରୋ):ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଛି। ସେଥିରେ ରହିଛି, ୨୦୨୨-୨୩ ବର୍ଷ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତି। ଚଳିତ ବର୍ଷ ରାଜ୍ୟରେ ୭୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅର୍ଥାତ ୪୮ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ହେବ। ଖରିଫ ସିଜନରେ ୫୭ ଲକ୍ଷ ମେଟ୍ରିକ ଟନ ଓ ରବି ସିଜନରେ ୧୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହେବ।

ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖରିଫ ଓ ମେ’ରୁ ଜୁନ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ। ଧାନ ସଂଗ୍ରହର ୨୪ରୁ ୪୮ ଘଣ୍ଟାରେ ଚାଷୀଙ୍କୁ ପଇସା ମିଳିବ। ପଞ୍ଜୀକୃତ ଚାଷୀଙ୍କଠାରୁ ହିଁ ଧାନ ସଂଗ୍ରହ କରାଯିବ। ଉପଗ୍ରହ ଚିତ୍ର ମାଧ୍ୟମରେ ପଞ୍ଜୀକୃତ ଚାଷ ଜମିର ଯାଞ୍ଚ ହେବ।

Leave A Reply

Your email address will not be published.