ଶୋକରେ ଡୁବିଛି ପୂରା ଗାଁ: ଗୋଟିଏ ପରିବାରର ୩ ଭାଇଙ୍କ ଜୀବନ ନେଇଗଲା ମାଲବାହୀ ଟ୍ରେନ୍‌

ମୃତ୍ୟୁ ଆସେ ଏମିତି ଆଉ ଦେଇଯାଏ ଦୁର୍ଦ୍ଦଶା । ବାହାନଗା ଟ୍ରେନ୍‌ ଦୁର୍ଘଟଣାର କ୍ଷତ ତାଜା ଥିବା ବେଳେ ଆହୁରି ଦୁଃଖ ଦେଇଛି ଯାଜପୁର ରୋଡ୍‌ ଷ୍ଟେସନରେ ଟ୍ରେନ୍‌ ଦୁର୍ଘଟଣା । ଗୋଟିଏ ପରିବାରର ୩ ଭାଇଙ୍କ ଜୀବନ ନେଇଗଲା ମାଲବାହୀ ଟ୍ରେନ୍‌ ।

ଯାଜପୁର ରୋଡ୍‌(କେନ୍ୟୁଜ୍): ମୃତ୍ୟୁ ଆସେ ଏମିତି ଆଉ ଦେଇଯାଏ ଦୁର୍ଦ୍ଦଶା । ବାହାନଗା ଟ୍ରେନ୍‌ ଦୁର୍ଘଟଣାର କ୍ଷତ ତାଜା ଥିବା ବେଳେ ଆହୁରି ଦୁଃଖ ଦେଇଛି ଯାଜପୁର ରୋଡ୍‌ ଷ୍ଟେସନରେ ଟ୍ରେନ୍‌ ଦୁର୍ଘଟଣା । ଗୋଟିଏ ପରିବାରର ୩ ଭାଇଙ୍କ ଜୀବନ ନେଇଗଲା ମାଲବାହୀ ଟ୍ରେନ୍‌ । ମୃତ ୩ ଭାଇ ବାଲିଆପାଳ ଅଞ୍ଚଳର ଭୀମସେନ ଜେନା, ପ୍ରଶାନ୍ତ ଜେନା ଏବଂ ସୁଶାନ୍ତ ଜେନା । ମୃତକଙ୍କ ଗାଁରେ କାନ୍ଦବୋବାଳି । ଶୋକରେ ଡୁବିଛି ପୂରା ଗାଁ ।

ଘରର ତିନି ଜଣ ମୁରବୀ ଶ୍ରେଣୀର ଲୋକଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଯାଜପୁର ରୋଡ୍‌ ଷ୍ଟେସନରେ ଗତକାଲି ଇଞ୍ଜିନ ବିହୀନ ମାଲବାହୀ ଟ୍ରେନ୍‌ ମାଡ଼ିଯିବା ଯୋଗୁଁ ୬ ଜଣ ଶ୍ରମିକ ରେଳ ଧାରଣାରେ କଟି ଯାଇଥିଲେ । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଅନ୍ୟ ୩ ମୃତକ କୋରାଇ ବ୍ଲକ ଗମ୍ଭାରିଆ ଏବଂ ଓଷଳା ଅଞ୍ଚଳର ବୋଲି ଜଣାପଡ଼ିଛି ।

ରାତିରେ ସେମାନଙ୍କ ଶବବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଇଞ୍ଜିନ ନଥାଇ ଖାଲି ଠିଆ ହୋଇଥିବା ଏହି ଓ୍ଵାଗନ୍‌ କେମିତି ଗଡ଼ିଲା ଓ ୬ ଜଣଙ୍କର ଜୀବନ ନେଇଗଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ଏଭଳି ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଯେଉଁ ଅଧିକାରୀ ବା କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.