ଅକାଳରେ ଚାଲିଗଲେ ତିନି ପୁଅ, ବେସାହାରା ହୋଇପଡିଛି ଯୁଆନଙ୍କ ପରିବାର

କେନ୍ୟୁଜ : ଶୁକ୍ରବାର ରାତି ପ୍ରାୟ ୯ ଟାରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ଗାଁର ଯୁଆନ ମାଝୀଙ୍କ ନିର୍ମାଣ ଧିନ ଘରଭିତରେ ଥିବା ଭୂତଳ କୋଠରିରେ ପଶି ତିନି ଭାଇ ବିକ୍ରମ ମାଝୀ,ସଞିବ ମାଝୀ ଓ ଜିତୁ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଶନିବାର ମୃତଦେହ ଗୁଡ଼ିକ ବ୍ରହ୍ମପୁର ବଡ଼ମେଡ଼ିକାଲରେ ବ୍ୟବଛେଦ ପରେ ଗାଁକୁ ଅଣା ଯାଇଥିଲା ୩ ଭାଇଙ୍କ ଶବ । ଶବ ଗାଁକୁ ଆସିବା ପରେ ଗାଁରେ ସୃଷ୍ଟି ହୋଇଯାଇଥିଲା ଶୋକା କୁଳ ପରିବେଷ । ପରିବାର ବନ୍ଧୁବାନ୍ଧବ ଗ୍ରାମବାସୀଙ୍କ ମଧ୍ୟରେ ବିଶାଦ ଖେଳିଯାଇଥିବା ବେଳେ ଖ୍ରୀଷ୍ଟିଆନ ରିତି ନିତି ଅନୂଯାୟୀ ଗାଁ ନିକଟ ସ୍ମଶାନରେ ଶୋକ କୂଳ ପରିବେଷରେ ଗୋଟିଏ ସ୍ଥାନରେ କବର ଦିଆଯାଇଥିଲା ତିନି ଭାଇଙ୍କ ମୃତ ଦେହ । ତେବେ ତିନି ଜଣ ରୋଜଗାରିଆ ପୁଅକୁ ହରାଇ ବାପା ପାଗଳ ପ୍ରାୟ ହେଉଥିବା ବେଳେ ମୃତ ବିକ୍ରମର ସ୍ତ୍ରୀ ୨ ଛୋଟ ପୁଅଙ୍କୁ ନେଇ କିଭଳି ବଚିଂବେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ସେହିଦିନ ଭଉଣି ତାରକା ମାଝୀର ବିବାହ ପ୍ରସ୍ତାପ ପାଇଁ ବରଘର ପରିବାର ଆସିବାକୁ ଥିବା ବେଳେ ତିନିଭାଇଙ୍କ ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଛି ।

ବିରିକୋଟ ଗାଁରେ ଜୁଆନ ମାଝୀଙ୍କ ପରିବାର କହିଲେ ସ୍ତ୍ରୀ ମାରିଆ ମାଝୀଙ୍କ ସହ ୬ ପୁଅ ଓ ୨ ଝୀଅ । ୬ ପୁଅ ମଧ୍ୟରୁ ଗତ ୧୦ ବର୍ଷ ତଳେ ୪ ନଂ ପୁଅ ଶରତ ବାହାର ରାଜ୍ୟକୁ କାମ କରିବାକୁ ଯାଇ ବର୍ତମାନ ସୁଧା ନିଖୋଜ ଅଛନ୍ତି । ୨ ନଂ ପୁଅ ପ୍ରତାପ ମାଝୀ ବାହାର ରାଜ୍ୟରେ କମ୍ପାନିରେ ଚାକିରି କରୁଥିବା ବେଳେ ଗତ କିଛି ଦିନ ତଳେ ଆସି ପରିବାର ସହ କରେଣ୍ଟାଇନରେ ଅଛନ୍ତି । ଘରେ ବାପା ମାଙ୍କ ସହ ବଡ଼ ପୁଅ କିଶୋର, ୩ ନଂ ପୁଅ ବିକ୍ରମ ସହ ତାଙ୍କ ପରିବାର ତଥା ଅବିବାହିତ ଥିବା,୫ ନଂ ପୁଅ ସଂଜୀବ ଓ ସାନ ପୁଅ ଜିତୁ ,ଝୀଅ ତାରକା,ସଙ୍ଗୀତା ମିଶି ରହୁଥିଲେ । ବର୍ତମାନ ଏକା ଥରକେ ତିନି ଭାଇଙ୍କ ଅକାଳ ମୃତ୍ୟୁ ହୋଇଥିବାରୁ ବଡ଼ ଭାଇ କିଶୋର ଭାଙ୍ଗି ପଡ଼ିଛନ୍ତି । ବ୍ୟବସାୟ କରି ପରିବାର ଚଳୁଥିବା ବେଳେ ଏବେ କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି ଶରତ । ଏଣୁ ଏଭଳି ଦଃଖଦ ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ସହାୟତା ପାଇଁ ଅନୁରୋଧ କରିଛନ୍ତି ଶରତ ଓ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.