ସନ୍ତୁଷ୍ଟ କରିପାରୁନଥିବା ପୁରୁଷ ସହ ରହିବାକୁ ଚାହାନ୍ତିନି କୌଣସି ମହିଳା, ଏହି କାରଣରୁ ସ୍ୱାମୀଙ୍କୁ ଧୋକା ଦିଅନ୍ତି ସ୍ତ୍ରୀ

ବିବାହ ପରେ ସ୍ୱାମୀ-ସ୍ତ୍ରୀ ଏକ ନୂଆ ଜୀବନ ଆରମ୍ଭ କରିଥାନ୍ତି। ଏହି ସମ୍ପର୍କ ଯେତେ ସୁଦୃଢ଼ ହେବ ଜୀବନ ମଧ୍ୟ ସେତେ ସୁନ୍ଦର ହେବ। ସ୍ୱାମୀ ସ୍ତ୍ରୀ ସମ୍ପର୍କ ବିଶ୍ୱାସ ଉପରେ ଗଢ଼ିଉଠିଥାଏ। ପରସ୍ପର ମଧ୍ୟରେ ବିଶ୍ୱାସ ଯେତେ ଗଭୀର ହେବ ପାରିବାରିକ ଜୀବନ ମଧ୍ୟ ସେତେ ସୁରୁଖୁରୁରେ ଚାଲିବ। କିନ୍ତୁ ଏବେ ବଦଳୁଥିବା ସମୟ ସହ ଲୋକଙ୍କ ଚିନ୍ତାଧାରା ବଦଳିଛି। ପୂର୍ବରୁ ମହିଳାମାନେ ସ୍ୱାମୀଙ୍କ ଅତ୍ୟାଚାର ସହି ଜୀବନ ସାରା ପଡ଼ି ରହୁଥିବା ବେଳେ ଏବେ ନିଜ ପାଇଁ ନୂଆ ସାଥୀ ବାଛୁଛନ୍ତି। ଏଣୁ ପ୍ରତିଦିନ ଖବରକାଗଜରେ ପ୍ରେମୀ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରୁଥିବା ଖବର ଦେଖିବାକୁ ମିଳୁଛି। ଏଥିରୁ ସହଜରେ ବୁଝି ହେଉଛି ଯେ ମହିଳାମାନେ ନିଜ ସ୍ୱାମୀଙ୍କ ସହ ଖୁସିରେ ନାହାନ୍ତି। ଏଣୁ ତାଙ୍କ ଠାରୁ ମୁକ୍ତି ପାଇବାକୁ ଏଭଳି କାଣ୍ଡ ଭିଆଉଛନ୍ତି। ତେବେ ଆସନ୍ତୁ ଜାଣିବା ବିବାହିତା ମହିଳା ସ୍ୱାମୀଙ୍କୁ ଧୋକା କାହିଁକି ଦେଇଥାନ୍ତି…

 

ପ୍ରଥମ ପ୍ରେମକୁ ଭୁଲିନପାରିବା:

ବିବାହ ପୂର୍ବରୁ ମହିଳାଙ୍କର ଯଦି ଆଉ କାହା ସହ ପ୍ରେମ ସମ୍ପର୍କ ଥିବ ତେବେ ସେଭଳି ସ୍ଥିତିରେ ସେ ସ୍ୱାମୀଙ୍କୁ ଧୋକା ଦେଇଥାନ୍ତି। ପ୍ରାୟତଃ ମହିଳାମାନେ ପ୍ରଥମ ପ୍ରେମକୁ ଭୁଲିପାରିନଥାନ୍ତି ଏହି କାରଣରୁ ବାଧ୍ୟ ହୋଇ ସେମାନେ ଧୋକା ଦେଇଥାନ୍ତି।

Cheating Spouse Stock Photos - Download 359 Royalty Free Photos

ଘରୋଇ ହିଂସା:

ଯଦି ପ୍ରତିଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା, ମାଡ଼ପିଟ୍‌ ଲାଗୁଥିବ ତେବେ ମହିଳା ସ୍ୱାମୀଙ୍କ ଠାରୁ ଦୂରେଇଯିବାକୁ ଚାହିଁଥାଏନ୍ତି। ଏଣୁ ସେ ପରପୁରୁଷ ଖୋଜିଥାଏ, ଯାହା ସହ ସେ ନିଜ ସୁଖ ଦୁଃଖ ବାଣ୍ଟି ପାରିବ।

There are 4 types of extra-marital affairs and here's why they happen

ଜୀବନକୁ ନେଇ ସନ୍ତୁଷ୍ଟ ନ ହେବା:

ଯଦି କୌଣସି ମହିଳା ନିଜ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ଖୁସି ନଥାନ୍ତି, ତେବେ ସେ ଅନ୍ୟ ପୁରୁଷ ଠାରୁ ଶାରୀରିକ ସୁଖ ଚାହିଁଥାଏ। ଏହି ଅସନ୍ତୁଷ୍ଟି ଯୋଗୁ ସେ ସ୍ୱାମୀଙ୍କୁ ଧୋକା ଦେଇଥାଏ।

Don't Live With Your Boyfriend if You Want to Get Married ...

ଉଭୟଙ୍କ ମଧ୍ୟରେ ବିଶ୍ୱାସର ଅଭାବ:

ସ୍ୱାମୀମାନେ ବିଶ୍ୱାସ କରୁନଥିବାରୁ ଅଧିକାଂଶ ମହିଳା ସେମାନଙ୍କ ସହ ରହିବାକୁ ପସନ୍ଦ କରିନଥାନ୍ତି। ବାରମ୍ବାର କୌଣସି କାରଣରୁ ସନ୍ଦେହ କରିବା ଦ୍ୱାରା ମହିଳାଙ୍କର ସ୍ୱାମୀଙ୍କ ପ୍ରତି ଭଲ ପାଇବା କମିଥାଏ ଓ ସେ ପର ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ଫଳ ସ୍ୱରୂପ ସେ ସ୍ୱାମୀଙ୍କୁ ଧୋକା ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.