ଗଛରେ ପିଟି ହେଲା ବରଯାତ୍ରୀ ଗାଡି, ଘଟଣାସ୍ଥଳରେ ୩ମୃତ

ବାଲିଗୁଡା (କେନ୍ଯୁଜ୍): ଖୁସି ମୁହୂର୍ତ୍ତରେ ହଠାତ୍ ମାଡି ଆସିଲା ଦୁଃଖର କଳା ବାଦଲ । ଦେଖୁ ଦେଖୁ ନିମିଷକ ଭିତରେ ସବୁ କିଛି ହୋଇଗଲା ଛାରଖାର୍ । ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ମୃତ। କୋଟଗଡ଼ ଥାନା କୁଟିବାଲି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ଖବର ମୁତାବକ, ମୋଦାଙ୍ଗିକୁ ଭୋଜି ଖାଇବାକୁ ଆସୁଥିବାବେଳେ ଗଛରେ ପିଟି ହେଲା ପିକଅପ ଭ୍ୟାନ୍। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ କୋଟଗଡ଼ ପୋଲିସର ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.