ସାମ୍ନାକୁ ଆସିଲା ବଡ କାରଣ, ବାହାଘର ପାଇଁ ପ୍ରଥମ ଦିନିକିଆ ଖେଳିବେ ନାହିଁ କେଏଲ୍‌ ରାହୁଲ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଫେବୃଆରୀ ୬ ତାରିଖରୁ ଖେଳ ହେବାକୁ ଯାଉଛି। ଦିନିକିଆ ମ୍ୟାଚ୍‌ ପରେ ଟି୨୦ ସିରିଜ ମଧ୍ୟ ଖେଳ ହେବ। କିନ୍ତୁ ଏହା ମଧ୍ୟରେ ପ୍ରଥମ ଦିନିକିଆ କେଏଲ ରାହୁଲ ଖେଳିବେ ନାହିଁ। ଏପଟେ ଶିଖର ଧଓ୍ଵନ, ଋତୁରାଜ ଗାଏକ୍ୱାର୍ଡ, ଶ୍ରେୟସ ଆୟର କରୋନା ପଜିଟିଭ ହେବା ପରେ ଦଳରୁ ବାଦ୍‌ ପଡିପାରନ୍ତି। ଆଉ କେଏଲ ରାହୁଲ ନିଜ ଭଉଣୀ ବାହାଘର ପାଇଁ ପ୍ରଥମ ଦିନିକିଆ ଖେଳିବେ ନାହିଁ ବୋଲି ଜଣାପଡିଛି।

ପୂର୍ବରୁ ଶିଖର ଧୱନ୍, ଋତୁରାଜ ଗାଏକ୍ୱାର୍ଡ, ଶ୍ରେୟସ୍ ଆୟର୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ଅନୁମାନ କରାଯାଉଛି ଯେ, କେଏଲ୍ ରାହୁଲଙ୍କୁ ଟିମକୁ ଫେରାଇ ଅଣାଯାଇପାରେ । ହେଲେ ଏବେ ଯେହେତୁ ରାହୁଲ ବିବାହରେ ଯୋଗ ଦେବେ । ତେଣୁ ଦ୍ୱିତୀୟ ଦିନରେ ହିଁ ମ୍ୟାଚକୁ ଫେରିବାର ଯୋଜନା ରହିଛି ।

କେଏଲ୍ ରାହୁଲଙ୍କ ସ୍ଥାନରେ ପ୍ରଥମ ଦିନିକିଆ ମ୍ୟାଚରେ ମୟଙ୍କ ଅଗ୍ରୱାଲ୍ କିମ୍ବା ଇଶାନ୍ କିଶନ୍ ଓପନିଂ କରିପାରନ୍ତି । ଅନ୍ୟପଟେ ରୋହିତ୍ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ ଓ ଅଲରାଉଣ୍ଡର୍ ଦୀପକ୍ ହୁଡ଼ା ଏବେ ପ୍ଲେଇଂ ଇଲେଭେନରେ ନଜର ଆସିବେ । ମୟଙ୍କ ଅଗ୍ରୱାଲ୍ ଫେବୃଆରୀ ୩ ତାରିଖରେ ଟିମ୍ ରେ ସାମିଲ ହେବେ ।

ଭାରତ -ୱେଷ୍ଟଇଣ୍ଡିଜ ଦିନିକିଆ:

ପ୍ରଥମ ଦିନିକିଆ: ଫେବୃଆରୀ ୬, ଅହମଦାବାଦ
ଦ୍ୱିତୀୟ ଦିନିକିଆ: ଫେବୃଆରୀ ୯, ଅହମଦାବାଦ
ତୃତୀୟ ଦିନିକିଆ: ଫେବୃଆରୀ ୧୨, ଅହମଦାବାଦ

ଟି-୨୦ ମ୍ୟାଚ:

ପ୍ରଥମ ଟି-୨୦: ୧୫ ଫେବୃଆରୀ, କଲିକତା
ଦ୍ୱିତୀୟ ଟି-୨୦: ୧୮ ଫେବୃଆରୀ, କଲିକତା
ତୃତୀୟ ଟି-୨୦: ୨୦ ଫେବୃଆରୀ, କଲିକତା