ଦିଲ୍ଲୀରେ ଖୋଲିବ ସ୍କୁଲ, କଲେଜ ,କୋଚିଂ କ୍ଲାସ ଓ ଜିମ୍‌ ; ଘୋଷଣା କଲେ DDMA

ନୂଆଦିଲ୍ଲୀ : ଦିଲ୍ଲୀରେ ଖୋଲିବ ସ୍କୁଲ , କଲେଜ। DDMA ବୈଠକରେ ନିଷ୍ପତ୍ତି। ଦିଲ୍ଲୀରେ ସମସ୍ତ ସ୍କୁଲ, କଲେଜ ,କୋଚିଂ କ୍ଲାସ ଓ ଜିମ୍‌ ଖୋଲିବାକୁ ଘୋଷଣା। ପର୍ଯ୍ୟାୟ କ୍ରମେ ଖୋଲିବ ସ୍କୁଲ। ଫେବୃଆରୀ ୭ରୁ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଏହା ସହ କମିଲା ନାଇଟ କର୍ଫ୍ୟୁ ଅବଧି। ରାତି ୧୧ଟାରୁ ୫ ପର୍ଯ୍ୟନ୍ତ ରହିବ ନାଇଟ କର୍ଫ୍ୟୁ। ଅଫିସ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଗାଡ଼ି ଚାଳକ ଏକୁଟିଆ ଥିଲେ ମାସ୍କର ଆବଶ୍ୟକତା ନାହିଁ। କରୋନାର କ୍ରମାଗତତା ହ୍ରାସ ପରେ ଏହି ନିଷ୍ପତ୍ତି ନେଇଛି ପ୍ରଶାସନ ।

DDMAଙ୍କ ଏହି ସବୁ ନିଷ୍ପତ୍ତି

କରୋନା ସମ୍ବନ୍ଧୀୟ ପ୍ରୋଟୋକଲ୍ ଅଧୀନରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ କୋଚିଂ ସେଣ୍ଟର ଖୋଲିବ ।
କରୋନା ସହ ଜଡିତ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ ।
SOP ଏବଂ CAB ର ଅନୁପାଳନ ଅନୁଯାୟୀ, ବିଦ୍ୟାଳୟଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲିବ ।
ସପ୍ତମ ଏବଂ ଦ୍ୱାଦଶ ବିଦ୍ୟାଳୟଗୁଡ଼ିକ ୭ ଫେବୃଆରୀରୁ ଖୋଲିବ ।
ଯେଉଁ ଶିକ୍ଷାର୍ଥୀମାନଙ୍କୁ ଟୀକାକରଣ କରାଯାଇ ନାହିଁ, ସେମାନଙ୍କୁ ସ୍କୁଲ ଯିବାକୁ ଅନୁମତି ଦିଆଯିବ ନାହିଁ ।
୧୫-୧୮ ବର୍ଷ ବୟସ ପାଇଁ ଟିକାକରଣ ଚାଲିବ ।
ନାଇଟ କର୍ଫ୍ୟୁ ଜାରି ରହିବ, କିନ୍ତୁ ରାତି ୧୦ ଟା ପରିବର୍ତ୍ତେ ରାତି ୧୧ଟାରୁ ଆରମ୍ଭ ହେବ ।
ଅଫିସରେ କର୍ମଚାରୀଙ୍କ ଶତପ୍ରତିଶତ ଉପସ୍ଥାନ ହେବ ।
ଯଦି କାରରେ କେହି ଏକୁଟିଆ ଥାଆନ୍ତି, ତେବେ ତାଙ୍କୁ ମାସ୍କରୁ ମୁକ୍ତ କରାଯିବ ।
ପ୍ରତିବନ୍ଧକ ସହିତ ଜିମ୍ ଖୋଲିବାକୁ ନିଷ୍ପତ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.