ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଆଭିଯୋଗରେ ୩ ଜଣ ଗିରଫ୍, ଚୋରିରେ ସ୍କୁଲ କର୍ମଚାରୀଙ୍କର ହାତ ନାହିଁ ତ ?
ଗଜପତି ଜିଲ୍ଲା ରା.ଉଦୟଗିରି ସହରର ଚାଞ୍ଚଡ଼ା ସ୍ଥିତ ଗୋପବନ୍ଧୁ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗରେ ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ସ୍କୁଲ ଷ୍ଟୋର୍ ରୁମ୍ରେ ରଖା ଯାଇଥିବା ଚାଉଳକୁ ଗତ ଗୁରୁବାର ଅଧରାତିରେ କିଛି ଯୁବକ ଚାବି ଭାଙ୍ଗି ଚୋରି କରି ନେଇଥିଲେ । ପ୍ରାୟ ସାଢ଼େ ୬ କ୍ୱିଣ୍ଟାଲ ଚାଉଳ ଚୋରି ହୋଇଯାଇଥିଲା । ଶୁକ୍ରବାର ଦିନ ଏକଥା ଜଣାପଡ଼ିଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଶିଲାରାଣୀ ମହାରଣା ଏ ନେଇ ରା.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ୍ର ଏକ ଟିମ୍ ସାହିର କିଛି ଘର ତଲାସି କରି ଚୋରି ଚାଉଳ ଜବତ କରିଥିଲେ । ଏହା ସହିତ ସନ୍ଦେହ କରି ୩ ଜଣ ଯୁବକ ଓ ୩ ଜଣ ମହିଳାଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲା । ପରେ ସେମାନଙ୍କ ମଧ୍ୟରୁ ଯୁବକ ତିନିଜଣଙ୍କୁ ଗିରଫ କରିଥିଲା ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଗତ ମାସରେ ୧୨ ବସ୍ତା ଚାଉଳ ଚୋରି ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅନେକଥର ଚାଉଳ ଚୋରି ହୋଇଛି । ଏହା ପଛରେ ଅନ୍ୟ କାହାର ହାତ ଅଛି ବୋଲିମ ଧ୍ୟ ସେମାନେ ଅଭିଯୋଗ କରି ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ।