ମୋ ସରକାରରେ ଯୋଡି ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ମୋ ସରକାରରେ ଆଉ ଏକ ବିଭାଗର ଶୁଭାରମ୍ଭ ହେଉଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଯୋଡି ହେବ। ଏଥିପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଖାଦ୍ୟ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ପୂର୍ବରୁ ଅନେକ ବିଭାଗ ମୋ ସରକାରରେ ସାମିଲ ହୋଇସାରିଛି। ଆସନ୍ତା ମାର୍ଚ୍ଚମାସ ସୁଦ୍ଧା ସମସ୍ତ ବିଭାଗକୁ ମୋ ସରକାରରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ ଲୋକସେବା ଭବନରେ ଚାଲିଛି ବୈଠକ