Below header

ବାଲେଶ୍ବର ଚାଲୁଣି ଗାଁରେ ବାଇକ୍ ଚୋରି କରୁଥିବାବେଳେ ଧରାପଡିଲେ ତିନି ଯୁବକ, ନିର୍ଦ୍ଧୁମ ମାଡ ମାରିଲେ ଲୋକେ

ସୋର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଚାଲୁଣି ଗାଁରେ ବାଇକ ଚୋରି କରୁଥିବା ବେଳେ ତିନି ଜଣ ଯୁବକଙ୍କୁ ଧରି କାବୁ କଲେ ଗ୍ରାମବାସୀ । ଏହାପରେ ନିର୍ଦ୍ଧୁମ ମାଡ ମାରିଥିଲେ। ଖାଲି ସେତିକି ନୁହେଁ ଖୁଣ୍ଟରେ ବାନ୍ଧି ରଖି ସିମୁଳିଆ ପୋଲିସକୁ ଖବର ଦେଇଥିଲେ।

ସୂଚନା ମୁତାବକ ତିନିଜଣ ଯୁବକ ମନୋଜ ଜେନା, ରଜତ ଓ ଅନ୍ୟ ଜଣେ ବେତଡା ଚାଲୁଣି ଗାଁରେ ପଶି ଜଣଙ୍କ ଘରେ ବାଇକର ତାଲା ଭାଙ୍ଗି ନେଇଯାଉଥିବା ବେଳେ, ଘର ଲୋକେ ଦେଖି ତାଙ୍କୁ ଅଟକାଇଥିଲେ। ପରେ ଗ୍ରାମବାସୀ ଙ୍କ ସହଯୋଗରେ ଉକ୍ତ ତିନି ଯୁବକଙ୍କୁ କାବୁ କରି ଏକ ଖୁଣ୍ଟିରେ ବାନ୍ଧି ଉତ୍ତମ ମାଧ୍ୟମ ଦେଇଥିଲେ। ପରେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଁଚିବା ପରେ ତିନି ଯୁବକଙ୍କୁ ହସ୍ତାନ୍ତର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.