Below header

Facebook‌ ଓ Instagram ଡିଆକ୍ଟିଭେଟ୍‌ କଲେ ଖୋଦ୍‌ କମ୍ପାନୀ ଦେବ ଟଙ୍କା, ଜାଣନ୍ତୁ କାରଣ

ଫେସ୍‌ବୁକ୍‌ ଆକାଉଣ୍ଟ ଡିଆକ୍ଟିଭ୍‌ କଲେ ମିଳିବ ଟଙ୍କା। ଖୋଦ୍‌ ଫେସ୍‌ବୁକ୍‌ କମ୍ପାନୀ ୟୁଜର୍ସଙ୍କୁ ଆକାଉଣ୍ଟ ଡିଆକ୍ଟିଭ୍‌ କଲେ ଟଙ୍କା ଦେବ ବୋଲି ଘୋଷଣା କରିଛି। କମ୍ପାନୀର ଏହି ଘୋଷଣା ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ। ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଡିଆକ୍ଟିଭ୍‌ କଲେ କମ୍ପାନୀ ଟଙ୍କା ଦେବ।

କ’ଣ ରହିଛି କାରଣ?

ଫେସ୍‌ବୁକ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏହି ରିସର୍ଚ୍ଚ କରୁଛି। କମ୍ପାନୀ ଜାଣିବାକୁ ଚାହୁଁଛି ଯେ ସୋସିଆଲ ମିଡିଆର ବ୍ୟବହାର ନିର୍ବାଚନକୁ ପ୍ରଭାବିତ କରିପାରୁଛି କି ନାହିଁ। କେତେକ ନିର୍ଦ୍ଦିଷ୍ଟ ସଂସ୍ଥା ସହ ମିଶି ଫେସ୍‌ବୁକ୍‌ ଏହି ରିସର୍ଚ୍ଚ ଚଳାଇଛି। ଏନେଇ ଫେସ୍‌ବୁକ୍‌ର ଜଣେ ଅଧିକାରୀ ଲିଜ୍‌ ବୋରଗିୟୋସ୍‌ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

fb

ଏହି ରିସର୍ଚ୍ଚରେ ଫେସ୍‌ବୁକ୍‌ ଏବେ କେବଳ ଆମେରିକାର ନାଗରିକଙ୍କୁ ସାମିଲ କରିବାକୁ ଚାହୁଁଛି। ଆମେରିକାର ୟୁଜରଙ୍କୁ କମ୍ପାନୀ ତରଫରୁ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌କୁ କିଛି ଦିନ ପାଇଁ ଡିଆକ୍ଟିଭେଟ୍‌ କରିବାକୁ କୁହାଯାଇଛି। ଏହି ୟୁଜରମାନେ ରିସର୍ଚ୍ଚ ଶେଷ ହେବା ପର୍ଯ୍ୟନ୍ତ ପ୍ଲାଟଫର୍ମରୁ ଦୂରରେ ରହିବେ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ୟୁଜରମାନେ ପୁଣି ଥରେ ଆକାଉଣ୍ଟ ଆକ୍ଟିଭେଟ୍‌ କରିପାରିବେ।

ଏଥିପାଇଁ ୟୁଜରଙ୍କୁ ସାପ୍ତାହିକ ହିସାବରେ ଟଙ୍କା ମିଳିବ। ଗୋଟିଏ ସପ୍ତାହ ଡିଆକ୍ଟିଭେଟ୍‌ ରହିବା ପାଇଁ ୧୦ ଡଲାର ବା ୭୦୦ ଟଙ୍କା ମିଳିବ। ଅଧିକ ଦିନ ଡିଆକ୍ଟିଭ୍‌ କଲେ ୨୦ ଡଲାର ବା ୧୫୦୦ ଟଙ୍କା ସପ୍ତାହ ହିସାବରେ ମିଳିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.