ପ୍ରେମିକା ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗ ଆଣିବା ପରେ ବିଧାୟକଙ୍କ ପ୍ରତିକ୍ରିୟା, କହିଲେ ବିବାହ ପାଇଁ ମୁଁ ମନା କରିନି

ଜଗତସିଂହପୁର (କେନ୍ୟୁଜ): ବିବାଦରେ ବିଧାୟକ। ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ। ଥାନାରେ ମାମଲା। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଆସିଛି ଅଭିଯୋଗ। ବିଧାୟକ ବିଜୟ ଶଙ୍କର ଓ ସୋମାଲିକା ମେ ମାସ ୧୭ ତାରିଖରେ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ।

ଗତକାଲି ସବରେଜିଷ୍ଟ୍ରାର ଅଫିସରେ ଉଭୟଙ୍କ ବିବାହ ହେବାର ଥିଲା। ସୋମାଲିକା ସେଠାରେ ପହଞ୍ଚିଥିଲେ। କିନ୍ତୁ ଆସିନଥିଲେ ବିଜୟ ଶଙ୍କର। ବହୁ ସମୟ ଧରି ଅପେକ୍ଷା କରିବା ପରେ ନିରାଶ ହୋଇ ଫେରିଥିଲେ ସୋମାଲିକା। ପ୍ରେମିକା ସୋମାଲିକା ଦାସ ପରିବାର ସହ ଜଗତସିଂହପୁର ଥାନାରେ ଏତଲା ଦାୟର କରିଛନ୍ତି। ବିଜୟ ଶଙ୍କରଙ୍କ ବିରୋଧରେ ଆସିଛି ପ୍ରେମରେ ପ୍ରତାରଣା, ଧୋକା ଓ ପ୍ରତିଶ୍ରୁତି ଦେଇ ପାଳନ ନକରିବା ଅଭିଯୋଗ।

ନିଜ ବାପା ଓ ମାମୁଁଙ୍କ ସହ ଆସି ଥାନାରେ ଏତଲା ଦେଇଛନ୍ତି। ପୋଲିସ ଉପରେ ଭରସା ରହିଛି। ନ୍ୟାୟ ନିଶ୍ଚୟ ମିଳିବ ବୋଲି ସେ କହିଛନ୍ତି। ସେପଟେ ବିବାହ ପାଇଁ ଅରାଜି ନଥିବା କହିଛନ୍ତି ବିଧାୟକ ବିଜୟ ଶଙ୍କର ।