Below header

ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଆଗକୁ ବଢୁଛି ‘ତିତ୍‌ଲି’

ଭୁବନେଶ୍ବର(କେନ୍ଯୁଜ୍)  : ଓଡ଼ିଶା ମୁହାଁ ତିତ୍‌ଲି । ସମୁଦ୍ର ଭିତରେ ଅତି ଭୟଙ୍କର ରୂପ ଧାରଣ କରି ଆଗକୁ ମାଡ଼ି ଆସୁଛି ବାତ୍ୟା । ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇସାରିଛି ତିତ୍‌ଲି । ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଆଗକୁ ବଢୁଛି । ବର୍ତ୍ତମାନ ଏହି ବାତ୍ୟା ଗୋପାଳପୁରଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବରେ ୩୨୦ କିଲୋମଟିର ଓ କଳିଙ୍ଗପଟ୍ଟନମ୍‌ଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ପାଣିପାଗ ବିଭାଗ କହିଛି, ଆସନ୍ତାକାଲି ସକାଳ ସାଢ଼େ ୫ଟା ବେଳକୁ ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁବ ବାତ୍ୟା । ସକାଳେ ସାଢ଼େ ୮ଟାରୁ ୯ଟା ଭିତରେ ଆଇ ଅଫ୍ ଦ ଷ୍ଟର୍ମ ସ୍ଥଳଭାଗ ଦେଇ ଗତି କରିବ । ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୪୦ରୁ ୧୫୦ କିଲୋମିଟର ବେଗର ପବନ ବହିବା ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ପର୍ଯ୍ଯନ୍ତ ଛୁଇଁପାରେ ।

seaଗତକାଲି ରାତିରୁ ଝିପିଝିପି ବର୍ଷା ଲାଗି ରହିଛି । ସାମୁଦ୍ରିକ ଝଡ଼ର ଚକ୍ରବ୍ୟୁହ ଭିତରକୁ ଆସିବ ଓଡ଼ିଶାର ୧୯ ଜିଲ୍ଲା । ଆସନ୍ତାକାଲି ସକାଳୁ ୨୪ ଘଣ୍ଟା ଯାଏ ୧୯ଟି ଜିଲ୍ଲାରେ ବର୍ଷା ଆଲର୍ଟ ଜାରି କରାଯାଇଛି । ସେହିଭଲି ୭ଟି ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁପର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲା ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ ଓ କେନ୍ଦୁଝରକୁ ଜାରି ହୋଇଛି ଓରେଞ୍ଜ ଆଲର୍ଟ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି । ସମସ୍ତ ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.