TMC ମନ୍ତ୍ରୀଙ୍କ ଔଦ୍ଧତ୍ୟ: ରାଷ୍ଟ୍ରପତିଙ୍କ ବିରୋଧରେ ଦେଲେ କୁତ୍ସିତ ମନ୍ତବ୍ୟ, ଓଡିଶା ସମେତ ସବୁଠି ତୀବ୍ର ପ୍ରତିକ୍ରିୟା

TMC ମନ୍ତ୍ରୀଙ୍କ ଔଦ୍ଧତ୍ୟ । ରାଷ୍ଟ୍ରପତିଙ୍କ ବିରୋଧରେ କୁତ୍ସିତ ମନ୍ତବ୍ୟ ଦେଲେ ଟିଏମସି ନେତା ତଥା ମନ୍ତ୍ରୀ ଅଖିଳ ଗିରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି । ନନ୍ଦିଗ୍ରାମରେ ଭାଷଣରେ ‘ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?’ବୋଲି କହିଛନ୍ତି ମନ୍ତ୍ରୀ ଅଖିଳ ଗିରି । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଏଭଳି ମନ୍ତବ୍ୟ ନେଇ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଅନେକ ବିରୋଧ ପରେ ସେ କ୍ଷମା ମାଗିଥିଲେ ।

ସେପଟେ ଟିଏମସି ମନ୍ତ୍ରୀଙ୍କ ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟକୁ ନେଇ ସାରା ଦେଶରେ ନିନ୍ଦା । ଅଖିଳ ଗିରିଙ୍କ ଇସ୍ତଫା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଦେଶର ପ୍ରଥମ ନାଗରିକ, ଆଦିବାସୀ ସମାଜର ପ୍ରଥମ ରାଷ୍ଟ୍ରପତି ଏବଂ ମହିଳାଙ୍କ ଅପମାନ ହୋଇଛି । ଅଖିଳ ଗିରିଙ୍କ ମନ୍ତ୍ରୀ ପଦରେ ରହିବା ନାରୀ ଜାତି ତଥା ସମଗ୍ର ଦେଶକୁ ଅପମାନ ବୋଲି ଧର୍ମେନ୍ଦ୍ର ଟ୍ଵିଟ କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି ବିଜେଡି । ଜଣେ ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.