ସୋଏବ ମଲିକଙ୍କ ଦ୍ୱିତୀୟ ପତ୍ନୀ ହେଉଛନ୍ତି ସାନିଆ ମିର୍ଜା, ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନଦେଇ କରିଥିଲେ ଦ୍ୱିତୀୟ ବିବାହ

ଟେନିସ୍ ସେନ୍ସେସନ୍ ଓ ସୋଏବ ମଲିକଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ପାକିସ୍ତାନ ଓ ୟୁଏଇର ଗଣମାଧ୍ୟମ ଏହା ଉପରେ ତାଜା ଅପଡେଟ୍ ଦେଇଛନ୍ତି । ଦୁହିଁଙ୍କ ଛାଡପତ୍ର ନେଇ ଉଭୟଙ୍କ ସମ୍ପର୍କୀୟ ସୂଚନା ଦେବା ପରେ ଏହି ଖବର କନଫର୍ମ ହୋଇଛି । ଗତ କିଛି ଦିନ ହେବ ଶୁଣିବାକୁ ମିଳୁଥିବା ଖବର ଶେଷରେ ସତ ବୋଲି ଜଣାପଡିଛି । ସାନିଆ ଓ ସୋଏବଙ୍କ ଦୀର୍ଘ ୧୨ ବର୍ଷ ଦାମ୍ପତ୍ତ୍ୟ ଜୀବନରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ୟୁନାଇଟେଡ୍ ଆରବ୍ ଏମିରେଟର ଗଣମାଧ୍ୟମର ସୂଚନା ମୁତାବକ, ଏଠାରେ ଦୁହେଁ ରହୁଥିବା ଘରକୁ ଛାଡିଦେଇଛନ୍ତି ସୋନିଆ ମିର୍ଜା । ଅବଶ୍ୟ ଏହାକୁ ଔପଚାରିକ ଭାବେ ଘୋଷଣା କରିନାହାଁନ୍ତି ସାନିଆ ଓ ସୋଏବ । ଉଭୟଙ୍କର ଏକ ଚାରି ବର୍ଷର ପୁଅ ଇଜାନ୍ ମିର୍ଜା ମଲିକ୍ ଅଛି।

କିନ୍ତୁ ଆପଣ ଜାଣନ୍ତି କି ସାନିଆ ମିର୍ଜା ସୋଏବ ମଲିକଙ୍କ ପ୍ରଥମ ନୁହେଁ ଦ୍ୱିତୀୟ ପତ୍ନୀ ? କୁହାଯାଉଛି ଯେ ସୋଏବ ଦ୍ୱିତୀୟ ଥର ସାନିଆଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହ ଭାରତର ହାଇଦ୍ରାବାଦ ସହରରେ ହୋଇଥିଲା। ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ଆୟେଶା ସିଦ୍ଦିକି ଥିଲା। ୨୦୧୦ ରେ ଯେତେବେଳେ ସୋଏବ ସାନିଆଙ୍କୁ ବିବାହ କରିଥିଲେ ସେତେବେଳେ ଏହି କଥା ପ୍ରଥମେ ସାମ୍ନାକୁ ଆସିଥିଲା। ତା’ପରେ ଆୟେଶା ସିଦ୍ଦିକି ଆଗକୁ ଆସି ସମସ୍ତଙ୍କୁ କହିଥିଲେ ଯେ ସେ ସୋଏବଙ୍କ ପ୍ରଥମ ପତ୍ନୀ ଏବଂ ତାଙ୍କୁ ଛାଡପତ୍ର ନକରି ସେ ପୁନର୍ବାର ବିବାହ କରିପାରିବେ ନାହିଁ। ସେତେବେଳେ ଶୋଏବ ଆୟେଶାଙ୍କ ସହ କୌଣସି ପ୍ରକାରର ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। କିନ୍ତୁ ମାମଲା ବଢିବା ପରେ ପ୍ରଥମ ପତ୍ନୀ ଆୟେଶାଙ୍କୁ ଛାଡପତ୍ର ଦେଇ ସାନିଆଙ୍କ ସହିତ ଦ୍ୱିତୀୟ ବିବାହ କରିଥିଲେ। ଏହି ସମଗ୍ର ଘଟଣାରେ ଆୟେଶା କହିଥିଲେ ଯେ ସେ ମୋଟା, ତେଣୁ ସୋଏବ ତାଙ୍କୁ ପସନ୍ଦ କରନ୍ତି ନାହିଁ।

ବହୁତ କମ୍ ପ୍ରଶଂସକ ଜାଣିଥିବେ ଯେ ପ୍ରଥମ ଦେଖାରେ ସାନିଆ ସୋଏବଙ୍କୁ ନଜର ଦେଇନଥିଲେ। ଏହି ଜିନିଷକୁ ସୋଏବ ନିଜେ ଗ୍ରହଣ କରିଥିଲେ। ଏକ ପାକିସ୍ତାନୀ ଶୋ’ ସାକ୍ଷାତକାରରେ ଶୋଏବ ଏବଂ ସାନିଆ ଏହି କଥା ସେୟାର କରିଥିଲେ। ସୋଏବ କହିଥିଲେ ଯେ ୨୦୦୩ ରେ ଉଭୟ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ ସେତେବେଳେ ସାନିଆ ତାଙ୍କୁ ନଜର ଦେଇନଥିଲେ। ଏହା ଉପରେ ସାନିଆ କହିଛନ୍ତି ଯେ କ୍ରିକେଟରଙ୍କ ଭାବମୂର୍ତ୍ତି କ’ଣ ତାହା ସମସ୍ତେ ଜାଣନ୍ତି, ସେଥିପାଇଁ ଆମକୁ ସୁରକ୍ଷିତ ରହିବାକୁ ପଡିଲା।

ତେବେ ସାନିଆ ମିର୍ଜା ଏବଂ ସୋଏବ ମଲିକଙ୍କ ମଧ୍ୟରେ ପୁଣି ଥରେ କଥାବାର୍ତ୍ତା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ଯେତେବେଳେ ସାନିଆ ଏବଂ ସୋଏବ ଅଷ୍ଟ୍ରେଲିଆର ହୋବର୍ଟରେ ମୁହାଁମୁହିଁ ହୋଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ସୋଏବ ମଲିକ ଏବଂ ସାନିଆ ୧୨ ଏପ୍ରିଲ ୨୦୧୦ ରେ ଏକ ପାରମ୍ପାରିକ ସମାରୋହରେ ବିବାହ କରିଥିଲେ। ଏହି ବିବାହ ହାଇଦ୍ରାବାଦରେ ହୋଇଥିଲା। ବିବାହର ୮ ବର୍ଷ ପରେ ଅର୍ଥାତ୍ ୨୦୧୮ ରେ, ସେମାନଙ୍କର ପୁଅ ଇଜାନ୍ ମିର୍ଜା ମଲିକ୍ ଜନ୍ମ ହୋଇଥିଲେ। ଇଜାନଙ୍କୁ ବର୍ତ୍ତମାନ ଚାରି ବର୍ଷ ବୟସ ।

ରିପୋର୍ଟ ମୁତାବକ, ସାନିଆ ଓ ସୋଏବ ଦୁବାଇରେ ଏକାଠି ରହୁଥିଲେ । ହେଲେ ଏବେ ସାନିଆ ଏହି ଘର ଛାଡି ନିଜ ପାଇଁ ଆଉ ଏକ ଘର ନେଇଛନ୍ତି । ଫଳରେ ଦୁବାଇରେ ରହି ସେ ପୁଅର କୋ ପ୍ୟାରେଣ୍ଟିଙ୍ଗ କରିପାରିବେ । ସାନିଆ ଓ ସୋଏବଙ୍କ ସମ୍ପର୍କୀୟ ଏହି ଖବରକୁ ସତ ବୋଲି ସୂଚନା ଦେଇଛନ୍ତି । ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ କହିବା କଥା, ୨୦୧୨ରେ ଯେତେବେଳେ ବାଂଲାଦେଶରେ ଟି-୨୦ ୱାର୍ଲ୍ଡ କପ୍ ଚାଲିଥିଲା ସେବେଠୁ ଦୁହେଁ ଅଲଗା ହେବାକୁ ଚାହୁଁଥିଲେ । ହେଲେ ଦୁହିଁଙ୍କ ପରିବାର ଲୋକଙ୍କ ବୁଝାସୁଝା କରିବା ପରେ ଦୁହେଁ ଏକାଠି କିଛି ଦିନ ରହିଥିଲେ । ନଭେମ୍ବର ୯ ତାରିଖରେ ମଧ୍ୟ ଶୋଏବଙ୍କ ଜଣେ ଘନିଷ୍ଠ ବନ୍ଧୁ ଦୁହିଁଙ୍କ ଛାଡପତ୍ର ନେଇ ଦାବି କରିଥିଲେ । ଏହାପରେ ଦୁହିଁଙ୍କ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.