Below header

ମହିଳାକୁ ମାରି ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ! ମୃତକଙ୍କ ସ୍ୱାମୀକୁ ଥାନାକୁ ଉଠାଇ ନେଇ ପଚରାଉଚରା

ବାରିପଦା(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାର ୪ ନଂ ୱାର୍ଡର ଏମକେସି ହାଇସ୍କୁଲ ପାଖ ଅଞ୍ଚଳରେ ମହିଳାକୁ ମାରି ଫ୍ୟାନରେ ଟାଙ୍ଗିଦେଇଥିବା ଅଭିଯୋଗ। ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ଜଣକ ହେଉଛନ୍ତି ୪୮ ବର୍ଷୀୟା ସସ୍ମିତା ଜେନା। ଏହି ଘଟଣାରେ ମୃତକଙ୍କ ସ୍ୱାମୀ ମନୋଜ କୁମାର ଜେନାକୁ ପୋଲିସ୍ ଥାନାକୁ ଉଠାଇ ନେଇ ପଚରାଉଚରା କରୁଛି।

ଦୀର୍ଘ ମାସ ଧରି ସ୍ୱାମୀ ମନୋଜ କୁମାର ଜେନା, ସ୍ତ୍ରୀ ସସ୍ମିତା ଜେନାକୁ ମାନସିକ ଶାରୀରିକ ଭାବେ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ମହିଳାଙ୍କ ଭାଇ ଅଭିଯୋଗ ଆଣିଛନ୍ତି। ତେବେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ଅଧିକ ତଦନ୍ତ କରାଯିବ ବୋଲି ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.