Below header

ବଳକା ଭାତରେ ଏପରି ବନାନ୍ତୁ ସ୍ୱାଦିଷ୍ଟ ଏବଂ ଚଟପଟା ଫ୍ରାଏଡ ରାଇସ୍‌

ଫ୍ରାଏଡ ରାଇସ୍‌ ଏକ ସୁସ୍ୱାଦୁ ଭୋଜନ। ଯାହାକୁ ଲୋକେ ବହୁତ ପସନ୍ଦରେ ଖାଇଥାନ୍ତି ଆଉ ଏହା ବନାଇବାକୁ ବି ବହୁତ ସହଜ ହୋଇଥାଏ। ଅଳ୍ପ ପରିଶ୍ରମରେ ଏହା ଜଲଦି ପ୍ରସ୍ତୁତ ହୋଇଯାଉଥିବା ରେସିପି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଦୁଇ ଜଣ ଲୋକଙ୍କ ପାଇଁ 

ଆବଶ୍ୟକ ସାମଗ୍ରୀ

ମୁଖ୍ୟ ସାମଗ୍ରୀ – ୧ କପ୍‌ ସିଝା ହୋଇଥିବା ଚାଉଳ ବା ବଳକା ଭାତ

ମୁଖ୍ୟ ରେସିପି ପାଇଁ

  • ୧ କପ୍‌ କଟା ହୋଇଥିବା ପିଆଜ
  • ୧ କପ୍‌ ସିମୋଇ
  • ଆବଶ୍ୟକ ଅନୁସାରେ ରସୁଣ
  • ୧ କପ୍‌ ଗାଜର
  • ଆବଶ୍ୟକ ଅନୁସାରେ ଲୁଣ
  • ୧/୨ ଛୋଟ ଚାମଚ ଚିଲ୍ଲି ପାଉଡର
  • ୧/୨ ଚାମଚ ଚିଲ୍ଲୀ ଫ୍ଲେକ୍ସ
  • ୧/୨ ଛୋଟ ଚାମଚ ଭିନେଗାର
  • ୧ ଛୋଟ ଚାମଚ୍‌ ଟମାଟୋ ସସ୍‌

ପ୍ରସ୍ତୁତି ପ୍ରଣାଳୀ

ଷ୍ଟେପ ୧ – ସର୍ବପ୍ରଥମେ ଏକ ପ୍ୟାନ୍‌ ନେଇ ସେଥିୀେ ତେଲ ପକାଇ ଗରମ କରନ୍ତୁ ଏବଂ କାଟି ରଖିଥିବା ରସୁଣ, ଛୋଟ କଟା ହୋଇଥିବା ପିଆଜ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ।

ଷ୍ଟେପ ୨ – ଯେତେବେଳେ ପିଆଜ ଭଲଭାବେ ଭାଜି ହୋଇଯିବ ସେଥିରେ କଟା ରଖିଥିବା ଗାଜର ବିନ୍ସ ପକାଇ ଦୁଇ ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ଲୁଣ ଲଙ୍କା ପାଉଡର ଚିଲ୍ଲି ଫ୍ଲେକ୍ସ ଫ୍ରାଏଡ ରାଇସ ମସଲା କେଚଅପ୍‌ ଏବଂ ଭିନେଗାର ପକାଇ ସମସ୍ତ ସାମଗ୍ର୍ରୀକୁ ଭଲଭାବେ ମିକ୍ସ କରିଦିଅନ୍ତୁ।

ଷ୍ଟେପ ୩ – ଏବେ ପ୍ରସ୍ତୁତ ମସଲାରେ ବଳକା ଭାତ ବା ସିଝାଇ ରଖିଥିବା ଚାଉଳକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଢ଼ାଙ୍କୁଣୀ ଦେଇ ଗୋଟେ ରୁ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ ଯାହାଦ୍ୱାରା ମସଲାର ଫ୍ଲେବର ରାଇସ ସହ ଭଲଭାବେ ମିଶିଯିବ।

ଷ୍ଟେପ ୪ – ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ଗରମା ଗରମ ଫ୍ରାଏଡ ରାଇସ। ଆପଣ ଏଥିରେ ଧନିଆ ପତ୍ର ପକାଇ ଗାର୍ନିସ କରି ଗରମା ଗରମ ସର୍ଭ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.