ଆଜି ମହାପ୍ରଭୁଙ୍କ ଅଧରପଣା ନୀତି, ଏହି ପଣା ଲାଗି ହେଲେ ତୃପ୍ତ ହୋଇଥାନ୍ତି ଅନେକ ଅତୃପ୍ତ ଆତ୍ମା

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କ ଅଧରପଣା ନୀତି । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ନୀତି ବଢି ଅଧରପଣା ଭୋଗ ପରେ ହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି । ୯ଟି ହାଣ୍ଡି ଆବଶ୍ୟକ ଥିବାପେଳେ ପ୍ରତି ରଥରେ ୩ଟି ଅଧର ଚୁମ୍ବିତ ହାଣ୍ଡି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଏ । ସେଥିରେ କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶ୍ରି, କର୍ପୁର ଭଳି ଅନେକ ଦ୍ରବ୍ୟ ପଡି ପ୍ରସ୍ତୁତ ହୋଇଥାଏ ଅଧର ପଣା।

ସୁଆର ସେବାୟତମାନେ ପଣା ପ୍ରସ୍ତୁତ କରିଥିବାବେଳେ ପୂଜାପଣ୍ଡା ସାମନ୍ତ ପଣା ଲାଗି କରିଥାନ୍ତି । ବିଶ୍ୱାସ ରହିଛି ଏହି ପଣା ଲାଗି ହେଲେ ଅନେକ ଅତୃପ୍ତ ଆତ୍ମା ତୃପ୍ତ ହୋଇଥାନ୍ତି । ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ଓ ହାଣ୍ଡି ବଡ ଓଡ଼ିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି । ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠର କୂଆରୁ ଅଧରପଣା ପାଇଁ ପାଣି ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.