Below header

ଆଧୁନିକ ଓଡିଶାର ବିନ୍ଧାଣୀ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମଦିନ, ବେଶ୍ ଧୂମଧାମରେ ପାଳୁଛି ବିଜେଡି

ଆଧୁନିକ ଓଡିଶାର ଇତିହାସର ପୃଷ୍ଠା ଓଲଟାଇଲେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ବିଜୁ ବାବୁଙ୍କ ଅବଦାନର ସ୍ୱାକ୍ଷର ନଥିବ । ଶିଳ୍ପ, ସାହିତ୍ୟ, ଶିକ୍ଷା, ଭିତ୍ତିଭୂମି, ସଡକ, ବନ୍ଦର ଏବଂ ଏପରିକି ରେଳପଥ ଏହି ସମସ୍ତ କ୍ଷେତ୍ରରେ ବିଜୁ ବାବୁଙ୍କ ଆଖି ଦୃଶିଆ ଅବଦାନ ରହିଛି । ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ସେ ଥିଲେ ପ୍ରମୁଖ ଶିଳ୍ପୀ ।

କେନ୍ୟୁଜ୍(ବ୍ୟୁରୋ): ବାଲ୍ୟକାଳରୁ ଥିଲେ ସାହସୀ ଓ ସ୍ୱଭିମାନୀ । ଦୁଇ ଥର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ସେ ଥିଲେ ଜଣେ ବିସ୍ମୟକର ରାଜନେତା । ଆଧୁନିକ ଓଡିଶାର ବିନ୍ଧାଣୀ । ଓଡିଶା ପାଇଁ ଅତ୍ୟନ୍ତ ସଂବେଦନଶୀଳ ତଥା ଗମ୍ଭୀର ଥିବା ବିଜୁ ବାବୁଙ୍କ ଜୀବନ ଥିଲା ଅତ୍ୟନ୍ତ ତ୍ୟାଗପୂର୍ଣ ଏବଂ ପ୍ରେରଣାଦାୟୀ । ଆଧୁନିକ ଓଡିଶାର ଇତିହାସର ପୃଷ୍ଠା ଓଲଟାଇଲେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ବିଜୁ ବାବୁଙ୍କ ଅବଦାନର ସ୍ୱାକ୍ଷର ନଥିବ । ଶିଳ୍ପ, ସାହିତ୍ୟ, ଶିକ୍ଷା, ଭିତ୍ତିଭୂମି, ସଡକ, ବନ୍ଦର ଏବଂ ଏପରିକି ରେଳପଥ ଏହି ସମସ୍ତ କ୍ଷେତ୍ରରେ ବିଜୁ ବାବୁଙ୍କ ଆଖି ଦୃଶିଆ ଅବଦାନ ରହିଛି । ଓଡ଼ିଶାର ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ସେ ଥିଲେ ପ୍ରମୁଖ ଶିଳ୍ପୀ ।

ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ପାରାଦୀପ ବନ୍ଦର, ଡୁବୁରୀରୁ ପାରାଦୀପ ଏକ୍ସପ୍ରେସ େଓ୍ଵ, ଚୌଦ୍ୱାରରେ ଓଟିଏମ ଓ କଳିଙ୍ଗ ଟ୍ୟୁବ୍‌ସ କାରଖାନା, ଭୁବନେଶ୍ୱରରେ ସୈନିକ ସ୍କୁଲ ଆଦି ପ୍ରତିଷ୍ଠା କରିଥିଲେ । ଚୌଦ୍ୱାରର ଲୁଗା କଳ, ପାରାଦୀପ ବନ୍ଦର, ସୁନାବେଡା ଏଚ୍‌ ଏଏଲ କାରଖାନା ସମେତ ରାଜ୍ୟର ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ତାଙ୍କର ଅବଦାନ ଅତୁଳନୀୟ । ପ୍ରଶାସନକୁ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବାକୁ ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ । ଲୋକଙ୍କ ଆବଶ୍ୟକତାକୁ ମର୍ମେ ମର୍ମେ ଉପଲବ୍‌ଧି କରି ସେମାନଙ୍କୁ ଶାସନର ଡୋରି ଧରାଇ ତୃଣମୂଳ ସ୍ତରରେ ବିକାଶକୁ ତ୍ୱରାନ୍ଵିତ କରାଇବାର ପ୍ରଚେଷ୍ଟାକୁ ଜାରି ରଖିଥିଲେ ।ସେଇଥି ପାଇଁ ତ ବିଜୁ ବାବୁ ବାସ୍ତବରେ ହେଉଛନ୍ତି ଆଧୁନିକ ଓଡ଼ିଶାର ନିର୍ମାତା । ଆଜି ବି ତାଙ୍କୁ ଝୁରି ହେଉଛି ସାରା ଓଡ଼ିଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.