Below header

ଆଜି ବିଜୁ ଜୟନ୍ତୀରେ ଲୋକାର୍ପିତ ହେବ ଡାକୋଟା ବିମାନ, ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏହା ଯୁଗ ଯୁଗ ଧରି ସମସ୍ତଙ୍କୁ ପ୍ରେରଣା ଦେବ ଓ ଭବିଷ୍ୟତର ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରୋତ୍ସାହିତ କରିବ । ବିମାନବନ୍ଦର ପରିସର ଟର୍ମିନାଲ୍‌-୧ ଆଗରେ ୧.୧ ଏକର ଜାଗାରେ ଶୋଭା ପାଇବ ବିଜୁଙ୍କ ଡାକୋଟା ।

କେନ୍ୟୁଜ୍(ବ୍ୟୁରୋ): ଆଜି ବିଜୁ ଜୟନ୍ତୀରେ ଲୋକାର୍ପିତ ହେବ ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ସମର୍ପଣ କରିବେ । ଏହା ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ବିମାନ ଚାଳନା ଓ ଅଭୂତପୂର୍ବ ବୀରତ୍ୱର ଗାଥା ଜନମାନସରେ ଚିର ସ୍ମରଣୀୟ କରି ରଖିବ । ଏହା ଯୁଗ ଯୁଗ ଧରି ସମସ୍ତଙ୍କୁ ପ୍ରେରଣା ଦେବ ଓ ଭବିଷ୍ୟତର ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରୋତ୍ସାହିତ କରିବ । ବିମାନବନ୍ଦର ପରିସର ଟର୍ମିନାଲ୍‌-୧ ଆଗରେ ୧.୧ ଏକର ଜାଗାରେ ଶୋଭା ପାଇବ ବିଜୁଙ୍କ ଡାକୋଟା ।

ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଲୋକଙ୍କ ପାଇଁ ଏହା ଅନ୍ୟତମ ଆକର୍ଷଣ ହେବ । ଡାକୋଟା ବଖାଣିବ ବିଜୁ ବାବୁଙ୍କ ବୀରତ୍ୱର କାହାଣୀ । ନୂଆପିଢ଼ି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୀବନୀ, ଇଣ୍ଡୋନେସିଆରେ ତାଙ୍କର ବୀରତ୍ୱ ଗାଥା ବାବଦରେ ଜାଣିପାରିବେ । ୨୦୧୭ରୁ ରାଜ୍ୟ ସରକାର ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଦୀର୍ଘ ଦିନ ପରେ ଜାନୁଆରୀ ୧୬ ତାରିଖରେ କୋଲକାତାରୁ ଓଡ଼ିଶା ଫେରିଥିଲା ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ପରିସରରେ ଥିବା ସରକାରୀ ହ୍ୟାଙ୍ଗରରେ ରଖି ଏହାର ମରାମତି କରାଯାଇଥିଲା । ଏରୋ ସ୍ପେସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥା ମାତ୍ର ୪୫ ଦିନରେ ଡାକୋଟାକୁ ସମ୍ପୂର୍ଣ୍ଣ ଖଞ୍ଜାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.