Below header

୨୫ ବର୍ଷ ପରେ ଆଜି ନିଜ ଜନ୍ମମାଟିକୁ ଫେରୁଛନ୍ତି ବିର୍‌ଜୁ, ଗାଁ ଜଙ୍ଗାଟୋଲିକୁ ନିଆଯିବାକୁ କରାଯାଇଛି ଶୋଭାଯାତ୍ରାର ଆୟୋଜନ

ସୁନ୍ଦରଗଡ଼: ଆଜି ନିଜ ଜନ୍ମମାଟିକୁ ଫେରୁଛନ୍ତି ବିର୍‌ଜୁ । ପାକିସ୍ତାନ ଜେଲରେ ୨୫ ବର୍ଷ ଧରି ବନ୍ଦୀ ଜୀବନ କାଟିବା ପରେ ମୁକ୍ତ ହୋଇ ଭିଟାମାଟିକୁ ଫେରୁଛନ୍ତି ସୁନ୍ଦରଗଡ଼ର ବିର୍‌ଜୁ । ଆଉ କିଛି ସମୟ ପରେ ସେ ନିଜ ଗାଁରେ ପହଞ୍ଚିବେ ବୋଲି ଜଣାପଡିଛି । ଗାଁରେ ପହଞ୍ଚିବା ପରେ ବିର୍‌ଜୁଙ୍କୁ ପ୍ରଥମେ କୁତ୍ରା ବ୍ଳକ୍‌କୁ ନିଆଯିବ । ସେଠାରୁ ଏକ ଶୋଭାଯାତ୍ରାରେ ତାଙ୍କ ଗାଁ ଜଙ୍ଗାଟୋଲିକୁ ନିଆଯିବ ।

ଏହାପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ବିର୍‌ଜୁଙ୍କୁ ଘରକୁ ଫେରାଇ ଆଣିବାକୁ ଗତ ୬ ତାରିଖରେ ଅମୃତସର ଯାଇଥିଲା ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍‌ । ଏକ ସ୍ୱତନ୍ତ୍ର ଗାଡ଼ିରେ କୁତ୍ରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାତ୍ରା କରି ବିରଜୁଙ୍କୁ ଘରକୁ ଆଣୁଛନ୍ତି ।

ଦୀର୍ଘ ୨୫ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କଟାଇବା ପରେ ମୁକୁଳିଥିଲେ ବିରଜୁ । ଗତ ୨୬ ତାରିଖରେ ଲାହୋର ଜେଲରୁ ମୁକୁଳିବା ପରେ ଅମ୍ରିତସରର ନାରାୟଣ ଗଞ୍ଜ ସଂଘରୋଧ କେନ୍ଦ୍ରରେ ରହିଥିଲେ । କ୍ୱାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଆଜି ସୁନ୍ଦରଗଡ଼କୁ ଅଣାଯାଉଛି । ଘରକୁ ଫେରିବା ପରେ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ । ବିର୍‌ଜୁଙ୍କ ଫେରିବା ଖବର ଶୁଣି ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.