Below header

ଆଜି ବସିବ ରାଜ୍ୟ କ୍ୟାବିନେଟର ବୈଠକ , ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ହୋଇପାରେ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବସିବ ରାଜ୍ୟ କ୍ୟାବିନେଟର ବୈଠକ । ଅପରାହ୍ନ ୫ଟା ୪୫ ମିନିଟରେ ସଚିବାଳୟରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ ବୈଠକ । ଏଥିରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ଘୋଷଣା କରାଯିବାର ସମ୍ଭାବନା ରହିଛି । ସେଥିମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗ ଭଳି ଅନେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କ ଚତୁର୍ଥ ପାଳିର ଏହା ଶେଷ ବୈଠକ ବୋଲି ଆଶା କରାଯାଉଛି । ନିକଟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.