ଆଜିଠାରୁ ସୁପ୍ରିମକୋର୍ଟରେ ଧାରା ୩୫-ଏ ନେଇ ଶୁଣାଣି

ଦିଲ୍ଲୀ(କେନ୍ୟୁଜ୍) : ସମ୍ବିଧାନର ଧାରା ୩୫- ଏ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଆଜିଠାରୁ ଆରମ୍ଭ ହୋଇପାରେ । କେନ୍ଦ୍ର ସରକାର ଏହି ଧାରାର ଉଚ୍ଛେଦ ନେଇ ଯୋଜନା କରିଥିବା ବେଳେ ଏହା ବିରୋଧରେ ଅନେକ ସଂଗଠନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୱି ଦି ସିଟିଜେନ ଦାଖଲ କରିଥିବା ଆବେଦନର ଆଜି ଶୁଣାଣି ହୋଇପାରେ । ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ତରବରିଆ ଭାବେ ଏହାର ଶୁଣାଣି ନକରିବାକୁ ଜମ୍ମୁ କଶ୍ମୀର ପ୍ରଶାସନ ମଧ୍ୟ ମତ ରଖିଛି । ଏଆଇଏମଆଇଏମ୍‌ ଅଧ୍ୟକ୍ଷ ଅସଦ୍ଦୁଦ୍ଦିନ ଅୱେସୀ ମଧ୍ୟ ନିର୍ବାଚନ ପୂର୍ବରୁ ଏହାକୁ ପ୍ରସଙ୍ଗ ନକରିବାକୁ ପରାମର୍ଶ ଦେଇଛନ୍ତି । ଧାରା ୩୫-ଏ ଜମ୍ମୁକଶ୍ମୀର ବାସିନ୍ଦାଙ୍କୁ ବିଶେଷ ଅଧିକାର ପ୍ରଦାନ କରିଥାଏ । ଏହା ଦ୍ୱାରା ଜମ୍ମୁ କଶ୍ମୀର ବାହାରର କୌଣସି ବ୍ୟକ୍ତିଙ୍କୁ ସେଠାରେ କୌଣସି ଭୂସଂପତ୍ତିର ମାଲିକାନା ହାସଲ କରିପାରିବେ ନାହିଁ । କିମ୍ବା ସେଠାରେ ସ୍ଥାୟୀ ଭାବେ ବସବାସ କରିପାରିବେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.