ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ସଫଳତା , ବିସ୍ଫୋରଣରେ ବ୍ୟବହୃତ କାର ଓ ମାଲିକଙ୍କ ପତ୍ତା ପାଇଲା ଏନଆଇଏ

କେନ୍ୟୁଜ୍ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଆତ୍ମଘାତୀ ବିସ୍ଫୋରଣର ବ୍ୟବହୃତ କାର ଓ ଏହାର ମାଲିକଙ୍କ ସୂରାକ୍ ମିଳିଛି । କାର୍ ମାଲିକଙ୍କ ନାଁ ସଜ୍ଜଦ ଭଟ୍ଟ । ତା ଘର ଅନନ୍ତନାଗ ଜିଲ୍ଲାର ବିଜବେହରାରେ ବୋଲି ଜଣାପଡ଼ିଛି । ଆତଙ୍କବାଦୀ ଆକ୍ରମଣ ପରଠୁ ସେ ଫେରାର୍ ଅଛି । ସୂଚନା ମିଳିଛି, ସଜ୍ଜଦ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି । ସଜ୍ଜଦର ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଧରିଥିବା ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ଫରେନସିକ୍ ଓ ଅଟୋମୋବାଇଲ୍ ବିଶେଷଜ୍ଞଙ୍କ ସହାୟତାରେ ବିସ୍ଫୋରଣରେ ବ୍ୟବହୃତ କାର୍ ଓ ମାଲିକଙ୍କ ପରିଚୟ ପାଇଛି ଏନଆଇଏ । ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ମାରୁତି ଇକୋ କାର୍ । ଗତ ୧୪ ତାରିଖରେ ପୁଲଓ୍ଵାମାରେ ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ ।