ଆଜିଠୁ କେନ୍ଦ୍ରୀୟ ଟିମ୍‌ର ‘ବୁଲ୍‌ବୁଲ’ କ୍ଷୟକ୍ଷତି ସମୀକ୍ଷା

ଭଦ୍ରକ:ଆଜିଠୁ କେନ୍ଦ୍ରୀୟ ଟିମ୍‌ର ‘ବୁଲ୍‌ବୁଲ’ କ୍ଷୟକ୍ଷତି ସମୀକ୍ଷା । ଗତକାଲି ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭଦ୍ରକ ଧାମରାରେ ପହଞ୍ଚିଛନ୍ତି । ସହେଲି ଘୋଷ ରୟଙ୍କ ଅଧ୍ୟକ୍ଷତାରେ ଟିମ୍‌ ସମୀକ୍ଷା କରିବ । ଆଜି ୨ଭାଗ ହୋଇ ଟିମ ୪ଟି ଜିଲ୍ଲାରେ ସମୀକ୍ଷା କରିବ । ଗୋଟିଏ ଟିମ୍‌ ପୁର୍ବାହ୍ନରେ ଭଦ୍ରକ ଚାନ୍ଦବାଲିରେ ସମୀକ୍ଷା କରିବ । ପରେ ଭଦ୍ରକର ବାସୁଦେବପୁର ବ୍ଲକ୍‌ରେ କ୍ଷୟକ୍ଷତି ଦେଖିବ । ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନୁଧ୍ୟାନ କରିବ ଟିମ । ଆଉ ଗୋଟିଏ ଟିମ୍‌ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସମୀକ୍ଷା କରିବ । ଅପରାହ୍ନରେ କୁଜଙ୍ଗ ଓ ଏରସମା ବ୍ଲକ୍‌ରେ ଅନୁଧ୍ୟାନ କରିବ ଟିମ୍‌। ଏଥିସହ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.