କୋଣାର୍କ ଇକୋ ରିଟ୍ରିଟରେ ଓଡ଼ିଶା ପର୍ଯ୍ୟଟନର ଭୂୟସୀ ପ୍ରଶଂସା, ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ପୁରୀ: କୋଣାର୍କର ମେରାଇନ ଡ୍ରାଇଭର ଇକୋ ରିଟ୍ରିଟରେ ଓଡ଼ିଶା ପର୍ଯ୍ୟଟନର ଭୂୟସୀ ପ୍ରଶଂସା। ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପ୍ରଶଂସାଯୋଗ୍ୟ ବୋଲି ବିଭିନ୍ନ ରାଜ୍ୟରୁ ଯୋଗ ଦେଇଥିବା ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ କହିଛନ୍ତି। ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ଏହା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିବ। ଭାରତରେ ଯେଉଁ ପର୍ଯ୍ୟଟନର ଭିତ୍ତିଭୂମି ରହିଛି ତାହା ବିଶ୍ୱର ଅନ୍ୟ ପ୍ରାନ୍ତରେ ନାହିଁ। ପର୍ଯ୍ୟଟନ ବିକାଶ ହେଲେ ରାଜ୍ୟର ଅର୍ଥନୀତି ସମୃଦ୍ଧ ହେବ। ଇକୋ ରିଟ୍ରିଟର ସଫଳତା ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ନୂଆ ଆଶା ସଂଚାର କରିଥିବା ବିଭିନ୍ନ ରାଜ୍ୟର ମନ୍ତ୍ରୀମାନେ କହିଛନ୍ତି। ଏଭଳି ସମ୍ମାନଜନକ ସମ୍ମିଳନୀ ଆୟୋଜନ କରି ଓଡ଼ିଶା ପ୍ରଶଂସିତ ହୋଇଛି। ଆଜି ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ମିଳନୀ ଉଦଯାପିତ ହେବ। ଆଜି ୩ଟି ଅଧିବେଶନରେ ଜାତୀୟ ଓ ଆଞ୍ଚଳିକ ସ୍ତରରେ ପର୍ଯ୍ୟଟନ ବିକାଶ ସଂପର୍କରେ ଆଲୋଚନା ହେବ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ଏଥିରେ ଯୋଗ ଦେବେ। ସମ୍ମିଳନୀରେ ୧୦ଟି ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋହ ଦେଇ ପର୍ଯ୍ୟଟନ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.