ଯୁବା ବେଳର ଫଟୋ ଛାଡ଼ି ଲୋକଙ୍କ ମନ କିଣିନେଲେ ୮୨ ବର୍ଷୀୟ ରତନ ଟାଟା, ଆପଣ ବି ଦେଖିଲେ ହୋଇଯିବେ ଫିଦା

ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍‌ ରତନ ଟାଟା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି ନିଜ ଯୁବା ବେଳର ଏକ ଫଟୋ। ପାଖାପାଖି ୩ ମାସ ହେବ ରତନ ଇନ୍‌ଷ୍ଟାଗ୍ରାମରେ ଯୋଡ଼ି ହୋଇଛନ୍ତି। ଏଠାରେ ତାଙ୍କୁ ୮ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି। ଏହି ଫଟୋ ତାଙ୍କର ୧୫ତମ ପୋଷ୍ଟ ଥିଲା, ଯାହାକି ଲୋକଙ୍କ ହୃଦୟ ଜିତିଯାଇଛି।

୮୨ ବର୍ଷୀୟ ରତନ ଟାଟା ଯେଉଁ ଫଟୋ ଶେୟାର କରିଛନ୍ତି, ତାହା ଲସ୍‌ ଏଞ୍ଜେଲସ୍‌ର। ଏହି ସମୟରେ ସେ ୨୫ ବର୍ଷର ଥିଲେ। ତାଙ୍କର ଏହି ସୁନ୍ଦର ଫଟୋ ଦେଖିବା ପରେ ଅଧିକରୁ ଅଧିକ ୟୁଜର ତାଙ୍କୁ ହଲିଉଡ୍‌ ଷ୍ଟାର୍‌ ବୋଲି କହିଥିଲେ।

ra2

କହି ରଖୁଛୁ କି, ରତନ ଆମେରିକାରରେ ନିଜ ପାଠପଢ଼ା ଏବଂ କିଛି ସମୟ ଧରି କାମ କରିବା ପରେ ୧୯୬୨ ମସିହାରେ ଭାରତ ଫେରିଥିଲେ।
ଏହି ପୋଷ୍ଟରେ ସେ କ୍ୟାପ୍‌ସନ ଲେଖିଥିଲେ ଯେ ‘ଫଟୋକୁ ମୁଁ ବୁଧବାର ହିଁ ଶେୟାର କରିବାକୁ ଚାହୁଁଥିଲି। କିନ୍ତୁ କେହି ଜଣେ ମୋତେ ‘ଥ୍ରୋବ୍ୟାକ୍‌ ଥର୍ସଡେ’ ବିଷୟରେ କହିଲେ। ଏଥିପାଇଁ, ଲସ୍‌ ଏଞ୍ଜେଲସ୍‌ର ଏହି ଫଟୋକୁ ମୁଁ ପୋଷ୍ଟ କରୁଛି’। ଏହି ପୋଷ୍ଟକୁ ଦେଢ଼ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଥିବା ବେଳେ ୩ ହଜାରରୁ ଅଧିକ ଲୋକ କମେଣ୍ଟସ୍‌ ଦେଇଛନ୍ତି।

ଥ୍ରୋବ୍ୟାକ୍‌ ଥର୍ସଡେ’ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଖୁବ୍‌ ପ୍ରଚଳିତ ଟ୍ରେଣ୍ଡ। ଏଥିରେ ଲୋକେ #ThrowbackThursday ସହିତ ପୁରୁଣା ଦିନର ଫଟୋ ଶେୟାର କରିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.