ଆଜି ଧନତେରାସ୍: ରାଜଧାନୀରେ ଗହଣା ଦେକାନ ଗୁଡିକରେ ଦେଖାଯାଇଛି ଗହଳି, କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ହିନ୍ଦୁ ପରମ୍ପରାରେ ଘରକୁ ଲକ୍ଷ୍ମୀ ଆଣିଲେ ସୌଭାଗ୍ୟ ପ୍ରାପ୍ତି ହୁଏ । ଆଉ ଧନତେରାସରେ ସୁନା କିଣିଲେ ଐଶ୍ୱର୍ଯ୍ୟ ଲାଭ ହୁଏ ବୋଲି ରହିଛି ବିଶ୍ୱାସ। କରୋନା କାଳରେ ସୁନାବଜାର ମାନ୍ଦା ଥିବା ବେଳେ ଧନତେରାସ ପାଇଁ ଏବେ ଚଳଚଞ୍ଚଳ। ଗ୍ରାହକଙ୍କ ପାଇଁ ବିଭିନ୍ନ ରକମର, ଡିଜାଇନର ଅଳଙ୍କାର, ଗହଣା ସହ ସୁନା ଓ ରୁପାର କଏନ, ମୂର୍ତ୍ତି ଆଦି ସଜେଇ ରଖିଛନ୍ତି ଜୁଏଲରୀ ସପ।

ଦୀର୍ଘ ଦିନ ପରେ ଗହଣା ଦେକାନ ଗୁଡିକରେ ଗହଳି ଦେଖାଯାଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ସୁନା ଦର ଚଢା ରହିଛି। ଚଳିତବର୍ଷ ୨୨କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୦ ହଜାରରୁ ଅଧିକ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୫୨ ହଜାରରୁ ଅଧିକ ରହିଛି। ବିଭିନ୍ନ ଦୋକାନରେ ବିଭିନ୍ନ ପ୍ରକାର ଦର ରହିଛି। ତଥାପି ଧନତେରାସ ରେ ଭଲ ବ୍ୟବସାୟ ହେବ ବୋଲି ସୁନାଦୋକାନୀ ମାନେ ମଧ୍ୟ ଆଶା ରଖିଛନ୍ତି।

ସେପଟେ କମିଶନରେଟ ପୋଲିସ ପକ୍ଷରୁ ଧନତେରାସ ଓ ଦୀପାବଳିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁନା ଦୋକାନ ମାନଙ୍କ ଆଗରେ ପୋଲିସ ମୁତୟନ ବ୍ୟବସ୍ଥା କରାଯାଇଛି। ଲୁଟେରା ଏବେ ରାଜଧାନୀ ରେ ମାତିଥିବାରୁ କଡା ଚେକିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ସହରରେ ଥିବା ସମସ୍ତ ସିସିଟିଭି ଉପରେ ୨୪ ଘଣ୍ଟିଆ ନଜର ସହ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ତେବେ କରୋନା ସମୟରେ ସୁନା ବଜାର ପ୍ରଭାବିତ ହୋଇଛି। ଧନତେରାସ ଏହାକୁ ସାମାନ୍ୟ ଭରଣା କରିବ ବୋଲି ସମସ୍ତଙ୍କ ଆଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.