କରୋନାରେ ଲଢି ମୃତ୍ୟୁବରଣ କରିଥିବା ନବରଙ୍ଗପୁରର ବରିଷ୍ଠ ସାମ୍ବାଦିକ ତାରିଣୀଚନ୍ଦ୍ର ପାଢୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ଲଢି ମୃତ୍ୟୁବରଣ କରିଥିବା ଯୋଦ୍ଧାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ୧୫ ଲକ୍ଷ ଟଙ୍କାର ସହାୟତା ରାଶି । ନବରଙ୍ଗପୁରର ବରିଷ୍ଠ ସାମ୍ବାଦିକ ତାରିଣୀଚନ୍ଦ୍ର ପାଢୀ ବାଲେଶ୍ୱର ଜିଲ୍ଲାରେ ଏକ ଦୈନିକ ଖବର କାଗଜରେ କାର୍ଯ୍ୟରତ ଥିଲେ ।

ସ୍ୱର୍ଗତ ପାଢ଼ୀ କରୋନାରେ ଆକ୍ରାନ୍ତ ହୋଇ ଗତ ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ସହାୟତା ପାଇଁ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.