ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୋଳପୂର୍ଣ୍ଣମୀ ନୀତି, ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ

ପୁରୀ: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୋଳପୂର୍ଣ୍ଣମୀ ନୀତି। ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ। ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ-ଶ୍ରୀଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ଆସି ଦୋଳବେଦୀରେ ପହଞ୍ଚିବେ। ସେଠାରେ ଫଗୁ ଖେଳିବେ। ଏହି ଅବସରରେ ମହାପ୍ରଭୂ ରାଜାଧିରାଜ ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ରାତି ୧୦ଟା ୧୫ପର୍ଯ୍ୟନ୍ତ ଦର୍ଶନ ଦେଇସାରିବା ପରେ ରାଜାଧିରାଜ ବେଶ ମଇଲମ ସଂପନ୍ନ ହେବ। ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ମହାପ୍ରଭୂଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.