ବିଜେପି ଓ କଂଗ୍ରେସ ପକ୍ଷରୁ ଧାରଣା ପରେ ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ କାର୍ଯ୍ୟ ବନ୍ଦ, ଆସନ୍ତାକାଲି BMC ଅଫିସରେ ଆଲୋଚନା

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ କାର୍ଯ୍ୟ ବନ୍ଦ । ଆନ୍ଦୋଳନ ପରେ ଲିଙ୍ଗରାଜ ମନ୍ଦିର ଚାରିପଟୁ ଆଜି ପାଇଁ ଉଛେଦ କାର୍ଯ୍ୟ ବନ୍ଦ ରଖାଯାଇଛି। ଆସନ୍ତାକାଲି BMC ଅଫିସରେ ୧୧ଟାରେ ଆଲୋଚନା କରାଯିବ। BJP ଓ କଂଗ୍ରେସ ଆଲୋଚନାରେ ଅଂଶଗ୍ରହଣ କରିବେ। ଆଜି ବ୍ୟବସାୟୀମାନଙ୍କ ପକ୍ଷରୁ ଜବରଦଖଲ ଉଛେଦକୁ ବିରୋଧ କରାଯାଇଥିଲା। ପ୍ରଥମେ ଥଇଥାନ ଓ ପରେ ଉଛେଦ କରିବା ପାଇଁ ଦାବି କରିଥିଲେ। ଏହାକୁ ସମର୍ଥନ କରି ବିଜେପି ଓ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା ।

Lingaraj-Temple

ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ୭୫ମିଟର ଯାଏ ଉଚ୍ଛେଦ କରାଯାଉଛି । ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ଗଢ଼ି ତୋଳିବାକୁ ରାଜ୍ୟ ସରକାର ଘୋଷଣା କରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସାଢେ ୮କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.