ଆଜି ଓଡ଼ିଶାର ଅଦ୍ୱିତୀୟ ବରପୁତ୍ର ମଧୁବାବୁଙ୍କ ଜୟନ୍ତୀ

କଟକ: ଆଜି ଓଡ଼ିଶାର ଅଦ୍ୱିତୀୟ ବରପୁତ୍ର ମଧୁବାବୁଙ୍କ ଜନ୍ମଜୟନ୍ତୀ। ଅବିଭକ୍ତ କଟକ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ସତ୍ୟଭାମାପୁରରେ ୧୮୪୭ ମସିହା ଅପ୍ରେଲ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ମଧୁବାବୁ। ୧୮୭୦ରେ କଲିକତାର ଲଣ୍ଡନ ମିସନାରୀ ସୋସାଇଟି କଲେଜରୁ ବିଏ ପାସ କରି ଓଡ଼ିଶାର ପ୍ରଥମ ଗ୍ରାଜୁଏଟ ହେବାର ସେ ଗୌରବ ଅର୍ଜନ କରିଥିଲେ। ୧୮୭୮ରେ ବିଏଲ ପାସ କରି ଓଡ଼ିଶାର ପ୍ରଥମ ଡିଗ୍ରୀଧାରୀ ଆଇନଜୀବୀ ହେବାର ମର୍ଯ୍ୟାଦା ଲାଭ କରିଥିଲେ। ଉଚ୍ଚଶିକ୍ଷା ପ୍ରାପ୍ତି ପରେ ଓଡ଼ିଶାର ସ୍ୱାଭିମାନକୁ ଓଡ଼ିଶା ବାହାରେ ପ୍ରତିଷ୍ଠା କରିବାକୁ ତଥା ଓଡ଼ିଆଙ୍କୁ ଦରିଦ୍ରାବସ୍ଥାରୁ ଉପରକୁ ଉଠାଇବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧୁବାବୁ।

madhu୧୮୮୭ରେ ଉତ୍କଳୀୟ ଜନତାର ବାସ୍ତବ ସମସ୍ୟା ଉପସ୍ଥାପନ କରିବାକୁ ଉତ୍କଳ ସଭା ବା ଓଡ଼ିଆ ଆସୋସିଏସନ ଗଠନ କରିଥିଲେ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଓଡ଼ିଶାର କୁଶଳୀ କାରିଗରଙ୍କୁ ଉପାର୍ଜନକ୍ଷମ କରିବା ନେଇ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ଓଡ଼ିଆଙ୍କୁ ରୋଜଗାର ଯୋଗାଇ ଆତ୍ମସ୍ୱାଭିମାନ କରିବାକୁ ୧୯୦୪ରେ ଆରମ୍ଭ କରିଥିଲେ ଉତ୍କଳ ଟ୍ୟାନେରୀ। ଓଡ଼ିଶାର ପ୍ରଥମ ଶିଳ୍ପ ଭାବେ ବିଦେଶରେ ଏହାର ଖ୍ୟାତି ରହିଥିଲା। ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଇତିହାସ ସହିତ ମଧୁବାବୁଙ୍କ ଜୀବନର ପ୍ରତ୍ୟେକ ଘଟଣା ଯୋଡ଼ି ହୋଇରହିଥିଲା। ଓଡ଼ିଶାର ଏହି ଅଦ୍ୱିତୀୟ ବରପୁତ୍ର ୧୯୩୪ମସିହା ଫେବୃଆରୀ ୧୪ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.