ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ, କରୋନା କଟକଣା ମଧ୍ୟରେ ଚାଲିଛି ରୀତିନୀତି

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ। ପରମ୍ପରା ଅନୁଯାୟୀ, ଆଜି ବଡି ଭୋରରୁ ମାଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଭୋର ୪.୩୦ ମିନିଟ୍‌ରେ ନିତ୍ୟସ୍ନାନ, ବେଶ କାର୍ଯ୍ୟ ସରିବା ପରେ ୭.୦୨ ମିନିଟ୍ ପରେ ଦେବୀଙ୍କୁ ସ୍ୱନକ୍ଷତ୍ର ପାଇଁ ମହାସ୍ନାନ କରାଯାଇଥିଲା। ସ୍ନାନ ପରେ ଚନ୍ଦନ ବେଶ, ସାବିତ୍ରୀ ବେଶ ଓ ଅଳଙ୍କାର ବେଶ ଅନୁଷ୍ଠିତ ହୋଇଛି। ଏଥି ସହିତ ମାଙ୍କ ଷୋଡ଼ଶୋପଚାର କରାଯାଇଛି।

ଚଳିତ ବର୍ଷ କୋଭିଡ଼୍ କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ମଧ୍ୟକୁ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି। ମନ୍ଦିର ମଧ୍ୟରେ ସମସ୍ତ ରୀତିନୀତି ସେବାୟତ ମାନଙ୍କ ଦ୍ୱାରା ପାଳନ କରାଯିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଅନ୍ୟପଟେ ଆଜି ଠାରୁ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକ ଖୋଲାଯାଇଥିବା ବେଳେ ବିରଜା ମନ୍ଦିର ଭକ୍ତଙ୍କ ପାଇଁ ଖୋଲା ଯାଇ ନଥିବାରୁ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.