ଅଣ୍ଡା ଖାଇବାକୁ ପସନ୍ଦ କରୁଛନ୍ତି କି? ହୋଇଯାଆନ୍ତୁ ସତର୍କ, କରାଇପାରେ ହାର୍ଟ ଆଟାକ୍

ଅନେକ ଲୋକ ଅଛନ୍ତି ଯିଏ କି ଅଣ୍ଡା ଖାଇବାକୁ ଖୁବ୍ ପସନ୍ଦ କରନ୍ତି କିନ୍ତୁ ଆପଣ କଣ ଜାଣନ୍ତି କି, ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ। ସବୁ ଖାଦ୍ୟରେ ପୋଷଣ ରହିଛି କିଛି ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା ନିହାତି ଦରକାର। କାରଣ ଯଦି ଆମେ ଠିକ୍ ଭାବେ ଓ ଉଚିତ୍ ପରିମାଣରେ ଆମ ଖାଦ୍ୟ ନ ଖାଇଥାଉ ତେବେ ଅନେକ ରୋଗର ଶିକାର ହେବାକୁ ପଡ଼େ ।

ସମସ୍ତେ ଭାବନ୍ତି ଅଣ୍ଡା ଆମ ଶରୀର ପାଇଁ ଖୁବ୍ ଭଲ ଖାଦ୍ୟ କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍। ଯଦି ଆପଣ ଏହାକୁ ଠିକ୍ ଭାବେ ଖାଇବେ ତେବେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ହେଲେ ଯଦି ଆପଣ ଅଣ୍ଡାକୁ ଅଧିକ ମାତ୍ରାରେ ଖାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ, କାରଣ ଏହାର କେଶର ବା ହଳଦିଆ ଅଂଶ ଶରୀର ପାଇଁ ଖୁବ୍ କ୍ଷତିକାରକ ।

EGG
Picture Credit- RACGP

ନିଉଟ୍ରିସିଆନଙ୍କ ଅନୁଯାୟୀ ଅଣ୍ଡାର କେଶର ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିରେ ଅଧିକ ପରିମାଣରେ ହାଇ କୋଲେଷ୍ଟ୍ରଲ ରହିଛି ଯାହାକି ହାର୍ଟ ପାଇଁ ଖରାପ। ଅଧିକ ଅଣ୍ଡା ଖାଇବା ଦ୍ବାରା ଛାତିରେ ଚର୍ବି ଜମିଯାଏ।ଯାହା ହାର୍ଟ ବ୍ଲକେଜ୍ ମଧ୍ୟ କରାଏ। କାରଣ ସବୁ ଅଣ୍ଡା ଦେଶୀ ନଥାଏ, ପୁଣି ଖାସ କରି କିଛି କୁକୁଡ଼ାଙ୍କୁ ବାଧ୍ୟ କରି ଇଞ୍ଜେକସନ ଦିଆଯାଇ ଅଣ୍ଡା କରାଯାଇଥାଏ ଯାହାକୁ ଖାଇବା ଦ୍ବାରା ଶରୀରରେ ହର୍ମନ ଇମ୍ବାଲାନ୍ସ ହୋଇଥାଏ। ଏମିତିକି ଅନେକ ରୋଗର ଶିକାର ହୋଇଥାନ୍ତି ଲୋକମାନେ ।

ତେଣୁ ଆପଣ ଯଦି ଅଣ୍ଡା ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଆପଣ କେବଳ ଏହାର ଧଳା ଅଂଶ ହିଁ ଖାଇପରିବେ । ଏଥିରେ ପ୍ରୋଟିନ ଭରପୁର ପରିମାଣରେ ରହିଛି । ଏହା ଛଡା ଆପଣ ଦେଶୀ ଅଣ୍ଡା ମଧ୍ୟ ଖାଇପାରିବେ। ଏହା ଶରୀର ପାଇଁ ଖୁବ୍ ଲାଭ ଦାୟକ । ତେବେ ସବୁଠୁ ଅଧିକ ଭିଟାମିନ ରହିଛି ଦେଶୀ ଅଣ୍ଡାରେ । କାରଣ କୁକୁଡ଼ା ଏହାକୁ ପ୍ରାକୃତିକ ଉପାୟରେ ହିଁ ଦେଇଥାଏ। ହେଲେ ଇଞ୍ଜେକ୍ସନ ଦିଆଯାଇ ଯେଉଁ ଅଣ୍ଡା କରାଯାଇଥାଏ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।ଖାସ୍ କରି ଏହାର ହଳଦିଆ ଅଂଶ ହାର୍ଟ ଆଟାକ୍ ମଧ୍ୟ କରାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.