ଆଉ ଦିନକ ପରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ, ଆଜି ମହାତ୍ମା ଗାନ୍ଧି ମାର୍ଗରେ ଫୁଲ୍‌ ଡ୍ରେସ ରିହରସଲ୍

ଭୁବନେଶ୍ୱର(କେନ୍ଯୁଜ୍): ଆଉ ଦିନକ ପରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଫୁଲ୍‌ ଡ୍ରେସ ରିହରସଲ ହେବ । ପୋଲିସ ଡିଜି ସୁନୀଲ କୁମାର ବଂଶଲ ପରେଡ ନିରୀକ୍ଷଣ କରିବେ । ସେପଟେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଇଁ ମହାତ୍ମା ଗାନ୍ଧୀ ମାର୍ଗ ଓ ଏହାକୁ ସଂଯୋଗ କରୁଥିବା ସବୁ ରାସ୍ତା ଉପରେ କଟକଣା ଲାଗିବ ।

୨୬ ତାରିଖରେ ଆମନ୍ତ୍ରିତ ଅତିଥିଙ୍କ ବ୍ୟତୀତ ଅନ୍ୟ କୌଣସି ଯାନବାହନ ମହାତ୍ମା ଗାନ୍ଧୀ ମାର୍ଗରେ ଯାତାୟତ କରିପାରିବେ ନାହିଁ । ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡିକ କେଶରୀ ଟକିଜ ବାମ ପଟ ଗଳି ରାସ୍ତା ଦେଇ ଯାଇପାରିବେ । ଏ.ଜି. ଛକ ପଟୁ ପି.ଏମ୍‌.ଜି. ଆଡ଼କୁ ଆସୁଥିବା ସମସ୍ତ ଗାଡି ଗୁଡିକ ଜୟଦେବ ଭବନ ଡାହାଣ ପଟ ଗଳି ରାସ୍ତା ଦେଇ ଯାଇପାରିବେ ।

୧୨୦ ବାଟାଲିଆନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡିକ ଏମ. ଏଲ.ଏ. କଲୋନୀ ବାମ ପଟ ଗଳି ରାସ୍ତା ଦେଇ ଯାଇପାରିବେ । ୨୬ ତାରିଖ ସକାଳ ୬ଟାରୁ ପରେଡ ସରିବା ଯାଏ ପିଏମଜି ଛକ, ମାଷ୍ଟରକ୍ୟାଣ୍ଟିନ୍‌ ଛକ ଓ ଏହାର ଆଖପାଖରେ ଗ୍ୟାସ ଭର୍ତ୍ତି ବେଲୁନ ବିକ୍ରୀ ମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.