Below header

ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଆଜି ଶେଷ ଦିନ, ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼

ବ୍ରହ୍ମଗିରି(କେନ୍ୟୁଜ): ଶେଷ ହେଲା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ । ୧୪ଦିନ ଧରି ଏହି ଅଣସର ଦର୍ଶନ ଚାଲିଥିଲା । ପ୍ରଭୁ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଲୀଳାରେ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଥିଲା ଦ୍ୱିତୀୟ ଶ୍ରୀ କ୍ଷେତ୍ର । ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବ୍ରହ୍ମଗିରି ଅଲାରନାଥଙ୍କ ପୀଠ ପାଲଟିଥିଲା ଏକ ଆଧ୍ୟାତ୍ମିକ ପରିବେଶ । ସେବାୟତ ନିଯୋଗ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହିତ ଭକ୍ତ ଠାକୁରଙ୍କୁ ଦର୍ଶନ କରିଥିଲେ । ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଆଜି ଶେଷ ଦିନରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀ ଜୀଉ ସ୍ନାନ ପଣ୍ଡପରେ ୧୦୮ ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଅଣସର ଗୃହରେ ଜ୍ଵରରେ ପୀଡ଼ିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.