ମୃତ୍ୟୁର ସପ୍ତାହେ ପୂର୍ବରୁ କାହିଁକି ଥାନାକୁ ଯାଇଥିଲେ ରାଇମୋହନ, ମାନସିକ ଚାପରେ ଥିବା କଥା କହିଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର(କେନ୍ୟୁଜ): ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ଘଟଣାର ଖିଅ ଖୋଜୁଛି ପୋଲିସ । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡୁନି । ତେବେ ଆତ୍ମହତ୍ୟା ପୂର୍ବରୁ ଥରେ ମଞ୍ଚେଶ୍ୱର ଥାନାକୁ ଯାଇଥିଲେ ରାଇମୋହନ । ହେଲେ କାହିଁକି ଯାଇଥିଲେ, ତାର ପ୍ରକୃତ କାରଣ ଏଯାଏ ଜଣାପଡିନି । ରାଇମୋହନ ଥାନାକୁ ଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । କିଛି ବ୍ୟକ୍ତିଗତ କାରଣରୁ ରାଇମୋହନ ଥାନାକୁ ଯାଇଥିବା କହିଛନ୍ତି ଡିସିପି । ରାଇମୋହନ କିଛି ଦିନ ହେବ ଅବସାଦରେ ଥିଲେ । ବିଭିନ୍ନ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ମୃତ୍ୟୁ ପୂର୍ବରୁ ରାଇମୋହନଙ୍କ ବ୍ୟବହାର ଓ କଥାବାର୍ତ୍ତା କେମିତି ଥିଲା, ଏପରି ଅନେକ ଦିଗକୁ ଭିତ୍ତି କରି ତଦନ୍ତ କରାଯାଉଛି ।

ସାଇଣ୍ଟିଫିକ ଟିମ୍‌ର ତଥ୍ୟ ଆଧାରରେ ବି ତଦନ୍ତ ଚାଲିଛି । ରାଇମୋହନଙ୍କ ଫୋନ ଜବତ କରାଯାଇଛି । ସେଥିରୁ ମଧ୍ୟ କିଛି ସୁରାକ୍‌ ମିଳିପାରେ ବୋଲି କହିଛନ୍ତି । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏପଟେ ରାଇମୋହନଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ କ୍ୟାପିଟାଲ ହସପିଟାଲ ଆଇ ରିକଭରି ଟେକ୍ନିସିଆନ ସୁମିତ୍ରା ରାଉତ । ମୃତ୍ୟୁର ୧୦ ଦିନ ପୂର୍ବରୁ ସୁମିତ୍ରାଙ୍କ ସହ ତାଙ୍କର ଦେଖା ହୋଇଥିଲା । ଆଉ କଥା ହେବା ବେଳେ ମୃତ୍ୟୁ ପରେ ଚକ୍ଷୁଦାନ ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ । ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଆଖିକୁ ବାହାର କରି ଚକ୍ଷୁ ବ୍ୟାଙ୍କରେ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.