ପାକିସ୍ତାନ ହନିଟ୍ରାପ୍‌ ମାମଲା: ଗିରଫ ଚାନ୍ଦିପୁର ଆଇଟିଆର୍‌ର ବରିଷ୍ଠ ଟେକ୍ନିକାଲ୍‌ ଅଫିସର ବାବୁରାମ ଦେଙ୍କ ରିମାଣ୍ଡର ଆଜି ଶେଷ ଦିନ

ପାକିସ୍ତାନ ହନିଟ୍ରାପ୍‌ ମାମଲାରେ ଗିରଫ ଚାନ୍ଦିପୁର ଆଅଟିଆର୍‌ର ବରିଷ୍ଠ ଟେକ୍ନିକାଲ୍‌ ଅଫିସର ବାବୁରାମ ଦେଙ୍କ ରିମାଣ୍ଡର ଆଜି ଶେଷ ଦିନ । ତିନ ଦିନ ମାରାଥନ୍‌ ଜେରା କରି ଅନେକ ତଥ୍ୟ ହାସଲ କରିଛି ବାଲେଶ୍ୱର ପୋଲିସ ।

ପାକିସ୍ତାନ ହନିଟ୍ରାପ୍‌ ମାମଲାରେ ଗିରଫ ଚାନ୍ଦିପୁର ଆଇଟିଆର୍‌ର ବରିଷ୍ଠ ଟେକ୍ନିକାଲ୍‌ ଅଫିସର ବାବୁରାମ ଦେଙ୍କ ରିମାଣ୍ଡର ଆଜି ଶେଷ ଦିନ । ତିନ ଦିନ ମାରାଥନ୍‌ ଜେରା କରି ଅନେକ ତଥ୍ୟ ହାସଲ କରିଛି ବାଲେଶ୍ୱର ପୋଲିସ । ପାକିସ୍ତାନ ସୁନ୍ଦରୀଙ୍କ ସହ କେମିତି ହୋଇଥିଲା ସମ୍ପର୍କ ? କି କି ତଥ୍ୟ ଦେଇଛନ୍ତି ? ବାବୁରାମଙ୍କୁ ଜେରା ବେଳେ ପୋଲିସକୁ ଏଦିଗରେ ସୁରାକ ମିଳିଛି ।

ବାବୁରାମ ବ୍ୟବହାର କରିଥିବା ମୋବାଇଲ୍‌ ଫୋନ୍‌, ଲାପଟପ୍‌, ପେନଡ୍ରାଇଭ ସମେତ ୬ଟି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ପରୀକ୍ଷା ପାଇଁ କୋଲକାତା ଓ ଦିଲ୍ଲୀ ସ୍ଥିତ ଫୋରେନସିକ୍‌ ଟେକ୍ନିକାଲ୍‌ ଲାବ୍ରୋଟୋରୀକୁ ପଠାଯିବ । ଏଥିସହ ତାଙ୍କର ଆର୍ଥିକ କାରବାର, ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତିର ଯାଞ୍ଚ କରାଯାଉଛି ।

ବାବୁରାମଙ୍କୁ ଆଉ ଥରେ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ବାଲେଶ୍ୱର ପୋଲିସ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଗତ ୨୫ ତାରିଖରେ ବାବୁରାମଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଘରେ ଧାରା ୧୨୦ଓ, ୧୨୦ବି, ୩୪ ଆଇପିସି ସେକସନ୍‌ ୩,୪,୫ ଓ ୧୯୨୩ ଅଫିସିଆଲ୍‌ ସିକ୍ରେଟସ୍‌ ଆକ୍ଟରେ ରୁଜୁ ହୋଇଛି ମାମଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.