୫୮୦ ବର୍ଷ ପରେ ଆଜି ଚଳିତ ଶତାଦ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ, ରାଜ୍ୟ କିମ୍ବା ଦେଶରେ ପଡ଼ିବ ନାହିଁ କୌଣସି ପ୍ରଭାବ

କେନ୍ଯୁଜ୍: ୫୮୦ ବର୍ଷ ପରେ ଆଜି ଚଳିତ ଶତାଦ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣର କୌଣସି ପ୍ରଭାବ ରାଜ୍ୟ କିମ୍ବା ଦେଶରେ ପଡ଼ିବ ନାହିଁ। ତେବେ ପୂର୍ବ ଭାରତର କିଛି ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ବୋଲି ପଠାଣିସାମନ୍ତ ପ୍ଳାନେଟୋରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଭାରତୀୟ ସମୟ ଦିନ ୧୨ଟା ୪୮ ମିନିଟ୍‌ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୪ଟା ୧୭ ମିନିଟ୍‌ରେ ଶେଷ ହେବ। ଏହି ସମୟରେ ଚନ୍ଦ୍ର, ପୃଥିବୀର ଉପଛାୟାରେ ପ୍ରବେଶ କରିବ। ଖାଲି ଆଖିରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ ।

ଏହି ଦୁର୍ଲ୍ଲଭ ଘଟଣା ପୂର୍ବୋତ୍ତର ଭାରତର କିଛି ଅଞ୍ଚଳରେ ଦେଖାଯିବ। ଅରୁଣାଚଳ ପ୍ରଦେଶ ଓ ଆସାମର କିଛି ଅଞ୍ଚଳରେ ଲୋକେ ଏହାକୁ ଦେଖି ପାରିବେ। ଏମ୍‌ପି ବିର୍ଲା ପ୍ଲାନେଟାରିୟମ୍‌ର ରିସର୍ଚ୍ଚ ଆଣ୍ଡ ଏକାଡେମିକ୍‌ ନିର୍ଦ୍ଦେଶକ ଦେବୀପ୍ରସାଦ ଦୁଆରୀ କହିଛନ୍ତି, ଏହି ଗ୍ରହଣର ଅବଧି ୩ ଘଣ୍ଟା ୨୮ ମିନିଟ୍‌ ୨୪ ସେକେଣ୍ଡ ରହିବ। ଗତଥର ଲମ୍ବା ଆଶିଂକ ଚନ୍ଦ୍ରଗ୍ରହଣ ୧୮ ଫେବୃୟାରୀ ୧୪୪୦ରେ ହୋଇଥିଲା ଏବଂ ଆଗାମୀ ଥର ଏହି ପ୍ରକାର ଘଟଣାକ୍ରମ ବର୍ଷ ୨୬୬୯, ୮ ଫେବୃୟାରୀରେ ଦେଖାଯିବ। ଅଧିକତମ ଆଶିଂକ ଗ୍ରହଣ ଅପରାହ୍ନ ୨ଟା ୩୪ରେ ଦେଖାଯିବ, ଯେତେବେଳେ ଚନ୍ଦ୍ରର ୯୭ ପ୍ରତିଶତ ଭାଗ ପୃଥିବୀ ଛାଇରେ ଢାଙ୍କି ଯିବ। ଆଶିଂକ ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପୂର୍ବ ଏସିଆ ଓ ଅଷ୍ଟ୍ରେଲିଆ ଭଳି ସ୍ଥାନରେ ଦୃଶ୍ୟମାନ ହେବ।

ଦୁଆରୀ କହିଥିଲେ ଯେ ଉପଛାୟା ଗ୍ରହଣ ପୂର୍ବାହ୍ନ ୧୧ଟା ୩୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୩ରେ ଶେଷ ହେବ। ଉପଛାୟା ଗ୍ରହଣ ସେତେବେଳେ ହୋଇଥାଏ, ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଅସଜଡ଼ା ଭାବରେ ସରଳ ରେଖାରେ ରହି ଥାଆନ୍ତି। ଏହି ଚନ୍ଦ୍ରଗ୍ରହଣ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ, କିନ୍ତୁ ଏ ସବୁ ସ୍ଥାନରେ ଲୋକେ କିଛି ସମୟ ପାଇଁ ହିଁ ଦେଖି ପାରିବେ। ଦୁଆରୀ କହିଥିଲେ, ଗତ ଥର ଚନ୍ଦ୍ରଗ୍ରହଣ ୨୭ ଜୁଲାଇ, ୨୦୧୮ରେ ପଡ଼ିଥିଲା ଏବଂ ଆଗାମୀ ଚନ୍ଦ୍ରଗ୍ରହଣ ୧୬ ମେ’ ୨୦୨୨ରେ ହେବ। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତରେ ଦେଖା ଯିବାକୁ ଥିବା ଆଗାମୀ ଚନ୍ଦ୍ରଗ୍ରହଣ ୮ ନଭେମ୍ବର ୨୦୨୨ରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.