Below header

ଆଜି ଶ୍ରୀଜିଉଙ୍କ ସୁନାବେଶ, ରାତି ୧୨ଟା ପର୍ଯ୍ୟନ୍ତ ମିଳିବ ସୁନାବେଶ ଦର୍ଶନ

ପୁରୀ (କେନ୍ଯୁଜ):  ଶାନ୍ତିଶୃଙ୍ଖଳାରେ ସରିଛି ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା । ଆଜି ରଥାରୁଢ଼ ଶ୍ରୀଜିଉଙ୍କର ହେବ ସୁନାବେଶ । ବଡତଢାଉ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ପରଂବ୍ରହ୍ମ । ଘରେ ବସି ମହାପ୍ରଭୁଙ୍କ ସୁନାବେଶ ଦେଖିବେ ଶ୍ରଦ୍ଧାଳୁ ।

ଅପରାହ୍ନ ୪ଟାରେ ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ବିଳମ୍ବିତ ରାତିରେ ରଥ ଉପରେ ଗରୁଡ ଶୟନ ନୀତି ସମ୍ପନ୍ନ ହେବା କାର୍ଯ୍ୟକ୍ରମ ରହିଛି। କଟକଣା ପାଇଁ କୌଣସି ଭକ୍ତଙ୍କୁ ବଡଦାଣ୍ଡକୁ ଯିବାକୁ ଅନୁମତି ନାହିଁ । ଆସନ୍ତାକାଲି ଅଧରପଣା ଓ ୨୩ ତାରିଖରେ ନୀଳକନ୍ଦରକୁ ବିଜେ କରିବେ ନୀଳମଣି । ଏଥିପାଇଁ ଶ୍ରୀମନ୍ଦିର ପାଖ ଓ ମାର୍କେଟ ଛକରୁ କାକୁଡ଼ିଖାଇ ଛକ ଯାଏ କର୍ଫ୍ୟୁ ରହିବ । ଏସବୁ ଅଞ୍ଚଳରେ ଜୁଲାଇ ୨୪ ତାରିଖ ସକାଳ ୬ଟା ଯାଏ କଟକଣା ବଳବତ୍ତର ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.